ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ! ୨୪ ଘଣ୍ଟାରେ ୩୬୨୯ କୋଭିଡ୍ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ୪ ହଜାର ତଳେ ହିଁ ରହୁଛି ଦୈନିକ କରୋନା ସଂକ୍ରମଣ । ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୩ ହଜାର ୬୨୯ ଆକ୍ରାନ୍ତ । ସଙ୍ଗରୋଧରୁ ୨ ହଜାର ୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୧ ହଜାର ୫୧୪ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୧୫ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ ।
ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୧୬, ସୁନ୍ଦରଗଡରୁ ୩୪୬, କଟକରୁ ୩୨୯, କେନ୍ଦ୍ରାପଡାରୁ ୧୪୯, ମୟୂରଭଞ୍ଜରୁ ୧୪୨, ଯାଜପୁରରୁ ୧୩୭, ନୟାଗଡରୁ ୧୧୮, ବାଲେଶ୍ୱରରୁ ୧୧୧, ରାୟଗଡାରୁ ୧୦୧, ସମ୍ବଲପୁରରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲାରୁ ୯୧, ନବରଙ୍ଗପୁରରୁ ୯୦, ଜଗତସିଂହପୁରରୁ ୮୯, ଅନୁଗୁଳରୁ ୮୯, କଳାହାଣ୍ଡିରୁ ୮୫, ବୌଦ୍ଧରୁ ୮୦,ବରଗଡରୁ ୭୧, ନୂଆପଡାରୁ ୭୦, ଦେବଗଡରୁ ୬୮, ଗଜପତିରୁ ୫୬, ଢେଙ୍କାନାଳରୁ ୫୫, ପୁରୀରୁ ୫୩, ଝାରସୁଗୁଡାରୁ ୫୧, କନ୍ଧମାଳରୁ ୪୭, ଗଞ୍ଜାମରୁ ୪୬, ଭଦ୍ରକରୁ ୪୫, କେନ୍ଦୁଝରରୁ ୪୪, ସୋନପୁରରୁ ୩୫, କୋରାପୁଟରୁ ୩୧, ମାଲକାନଗିରିରୁ ୨୩ ଓ ରାଜ୍ୟ ପୁଲରୁ ୧୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୂଚନା ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୫୯୪୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୫୩୦୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୧୫୩୮୦ଜଣ ସୁସ୍ଥ ହୋଇଛନ୍ତି । ସେହିପରି ରାଜ୍ୟରେ ୩୫ ହଜାର ୩୦୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୮୧୨୨୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି ।
