ଆଜି ହେବ ଚିଲିକା ବାର୍ଷିକ ସର୍ଭେ, ନିୟୋଜିତ ହେବେ ୨୮ଟିମ୍
ଭୁବନେଶ୍ବର : ଆଜି ହେବ ଚିଲିକା ବାର୍ଷିକ ସର୍ଭେ। ବାର୍ଷିକ ସର୍ଭେ ପାଇଁ ନିୟୋଜିତ ହେବେ ୨୮ଟିମ୍। ମଙ୍ଗଳବାର ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ସର୍ଭେ। ପକ୍ଷୀ, ଡଲଫିନ୍, ଚିଙ୍ଗୁଡି ଘେରି କେତେ ରହିଛି, ସେ ସମ୍ପର୍କରେ ହେବ ସର୍ଭେ।
ଏହି ସମୟରେ କୌଣସି ଡଙ୍ଗା ଚାଲିବ ନାହିଁ। ଏହି ସମୟରେ ପର୍ଯ୍ୟଟକଙ୍କୁ ଚିଲିକା ଭିତରକୁ ଯିବାକୁ ବାରଣ କରାଯାଇଛି। ସିଡିଏ ଅଧିକାରୀ, ଚିଲିକା ବନ୍ୟପ୍ରାଣୀ ବିଭାଗ, ପିସିସିଏଫ୍ ବନ୍ୟପ୍ରାଣୀ ଅଧିକାରୀଙ୍କ ସହ ବୋଟ ମାଲିକ ସଂଘଙ୍କୁ ନେଇ ଏହି ସର୍ଭେ କରାଯାଉଛି। ୨ତାରିଖ ସଂଧ୍ୟା ସୁଦ୍ଧା ଏହି ସର୍ଭେ ରିପୋର୍ଟ ଆସିବ।
