କରୋନାରେ ସଂକ୍ରମିତ ହେଲେ ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ବର : କରୋନାରେ ସଂକ୍ରମିତ ହେଲେ ନିରଞ୍ଜନ ପଟ୍ଟନାୟକ। ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଓଡିଶା କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ। ପଜିଟିଭ ଚିହ୍ନଟ ପରେ ଏବେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ କରି କହିଛନ୍ତି। ଏଥିସହ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ସମସ୍ତଙ୍କୁ କୋରୋନା ନିୟମ ସହ ସାବଧାନ ରହିବାକୁ ଟ୍ବିଟ ଯୋଗେ ଅନୁରୋଧ କରିଛନ୍ତି ନିରଞ୍ଜନ।
