ରାଜ୍ୟରେ ଆଉ ୪୪୫୨ ଆକ୍ରାନ୍ତ କରୋନାରୁ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଜି ୪୪୫୨ ଜଣ ଆକ୍ରାନ୍ତ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୦୫୭ ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୦୩ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୮୬୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ସମ୍ବଲପୁରରୁ ୬୪୪, କଟକରୁ ୩୮୬, ଝାରସୁଗୁଡ଼ାରୁ ୩୨୬, ମୟୂରଭଂଜରୁ ୧୬୨, ବାଲେଶ୍ୱର ଜିଲ୍ଲାରୁ ୧୦୦, କେନ୍ଦୁଝର ଜିଲ୍ଲାରୁ ୯୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୯୯, ଯାଜପୁର ଜିଲ୍ଲାରୁ ୭୮ ଓ ନବରଙ୍ଗପୁର ଜିଲ୍ଲାରୁ ୭୩ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରୁ ୭୦, ଗଂଜାମ ଜିଲ୍ଲାରୁ ୫୫, ବଲାଙ୍ଗିର ଜିଲ୍ଲାରୁ ୫୪, ଜଗତସିଂହପୁୁର ଜିଲ୍ଲାରୁ ୪୬, ଅନୁଗୁଳ ଜିଲ୍ଲାରୁ ୪୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେବଗଡ ଜିଲ୍ଲାରୁ ୩୬, ସୋନପୁର ଜିଲ୍ଲାରୁ ୩୩, ଗଜପତି ଜିଲ୍ଲାରୁ ୩୨, ବରଗଡ ଜିଲ୍ଲାରୁ ୧୬, କନ୍ଧମାଳ ଓ ନୟାଗଡ ଜିଲ୍ଲାରୁ ୮-୭ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତିା କେନ୍ଦ୍ରାପଡା ଜିଲ୍ଲାରୁ ୬. ଭଦ୍ରକଜିଲ୍ଲାରୁ ୫, ଢେଂକାନାଳ ଜିଲ୍ଲାରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୦୨ ଜଣ ସୁସ୍ଥ ହୋଇଛନ୍ତି ।
