ବାରହା ଶିକାର ପାଇଁ ବିଛା ହୋଇଥିବା ତାରରେ ଛନ୍ଦି କଲରାପତରିଆ ବାଘ ମୃତ
କଟକ : ବାରହା ଶିକାର ପାଇଁ ବିଛା ହୋଇଥିବା ତାରରେ ଛନ୍ଦି ହୋଇ ବାଘର ମୃତ୍ୟୁ । ଆଠଗଡ଼ ବନଖଣ୍ଡ ତିଗିରିଆ ବନାଞ୍ଚଳ ଭିରୁଡ଼ା ସୋରିଷ ପାଳ ପାହାଡ଼ ନିକଟରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି । ତେବେ ପୁର୍ବରୁ ଏହି ସବୁ ଅଞ୍ଚଳରେ ବାରମ୍ବାର ଜଙ୍ଗଲୀ ଜନ୍ତୁ ଶିକାର କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।
ହରିଣ, ସମ୍ବର, ଵାରହା ଏବଂ ଅନେକ ଜଙ୍ଗଲି ଜନ୍ତୁଙ୍କୁ ବିଦ୍ୟୁତ ତାର ଏବଂ ବୋମା ମାଧ୍ୟମରେ ଶିକାର କରି ଖୁଲମ ଖୁଲା ବାହାରକୁ ଚାଲାଣ କରାଯାଉଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଛି । ଏପଟେ ଏହି ଘଟଣା ଘଟିବାର ଚାରି ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ବି ଘଟଣାସ୍ଥଳରେ କୌଣସି ବନ କର୍ମଚାରୀଙ୍କ ଦର୍ଶନ ମିଳି ନାହିଁ ।
