ଭିଣୋଇକୁ ଖଣ୍ଡାରେ ହତ୍ୟା କଲା ଶଳା
କଟକ : ମଞ୍ଚେଶ୍ବର ଥାନା ଅଞ୍ଚଳରେ ଭିଣୋଇକୁ ଶଳା ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଗତ ଗୁରୁବାର ବିଳମ୍ବିତ ରାତିରେ ମଞ୍ଚେଶ୍ବର ଥାନାର ଧିରକୁଟ ବସ୍ତିରେ ରହୁଥିବା ଭିଣୋଇକୁ ଶଳା ଖଣ୍ଡାରେ ହାଣିଥିଲା। ଫଳରେ ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ହୋଇଥିଲା। ମୃତକର ନାମ ସୁଶାନ୍ତ ଘଡେଇ। ସେ ବିମାନବନ୍ଦରରେ ସୁଇପର ଭାବେ କାମ କରୁଥିଲା। ମୃତକର ପରିବାର ମଞ୍ଚେଶ୍ୱର ଥାନା ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ବାପୁନି ନାୟକର ଭଉଣୀକୁ ୨୦୧୮ରେ ସୁଶାନ୍ତ ଭଲ ପାଇ ବାହା ହୋଇଥିଲା । ଉଭୟଙ୍କ ମଧ୍ୟରେ ବିବାହ ପରେ ଗଣ୍ଡଗୋଳ ହୋଇଥିଲା। ଜମିଜମା ବିବାଦ ବି ଥିଲା। କାଲି ରାତିରେ ଭିଣୋଇ ସୁଶାନ୍ତ ଶୋଇଥିବା ବେଳେ ଶଳା ବାପୁନି ନାୟକତାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବାପୁନି ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି ।
ସୂଚନା ଯେ, ୨୦୧୮ରେ ସୁଶାନ୍ତ ଭଲ ପାଇ ବାପୁନି ନାୟକର ଭଉଣୀକୁ ବାହା ହୋଇଥିଲା । କିନ୍ତୁ ବାହାଘର ବେଳେ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ସ୍ତ୍ରୀକୁ ବି ମାରଧର କରୁଥିଲା ସୁଶାନ୍ତ । ଏହାଛଡ଼ା ଉଭୟଙ୍କ ଭିତରେ ଜମିଜମା ବିବାଦ ବି ଥିଲା । କାଲି ରାତିରେ ସେ ଶୋଇଥିବା ବେଳେ ଶଳା ବାପୁନି ନାୟକ ଧାରୁଆ ଅସ୍ତ୍ରରେ ଭିଣୋଇ ସୁଶାନ୍ତକୁ ହତ୍ୟା କରିଛି। ମଞ୍ଚେଶ୍ବର ଥାନା ପୁଲିସ ଅଭିଯୁକ୍ତ ବାପୁନି ନାୟକକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି ।
