ଦ୍ୱନ୍ଦ୍ୱ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ! ବଦଳିବନି କୌଣସି ନିଷ୍ପତ୍ତି, ୩ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ
ଭୁବନେଶ୍ୱର : ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ। ଜାନୁଆରି ୩ରୁ ରାଜ୍ୟର ୨୭ ହଜାର ବିଦ୍ୟାଳୟରେ ୫ଟି ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ଶିକ୍ଷା ଆରମ୍ଭ କରାଯିବ। ପାଖାପାଖି ଦୁଇ ବର୍ଷ ପରେ ଯେଉଁ ବିଦ୍ୟାଳୟରେ ଜାନୁଆରି ୫ରୁ ୮ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ପିଲାଙ୍କ ସମିଟିଭ୍ ୧ ହେବାର ଅଛି ସେହି ବିଦ୍ୟାଳୟଗୁଡ଼ିକ ଜାନୁଆରି ୧୦ରୁ ଖୋଲିବ। ସ୍କୁଲ ଖୋଲିବାକୁ ନେଇ ରହିଥିବା ଦ୍ୱନ୍ଦ କୁ ଦୂର କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ସ୍କୁଲ ଖୋଲିବାକୁ ନେଇ ମନରେ କୌଣସି ଦ୍ୱନ୍ଦ ରଖନ୍ତୁ ନାହିଁ ।କାରଣ ସ୍କୁଲ ଆସନ୍ତା ୩ରେ ହିଁ ଖୋଲିବ ଏହା କୌଣସି ପ୍ରକାରରେ ପରିବର୍ତ୍ତନ ହେବ ନାହିଁ । ନୋଡ଼ାଲ ଅଫିସର ମାନେ ଜିଲ୍ଲା ବୁଲୁଛନ୍ତି,ଡ଼ିଇଓ ଓ ବିଇଓଙ୍କ ସହ ସଚିବ ବୌଠକ କରୁଛନ୍ତି । ତେଣୁ ଯେଉଁମାନେ ଚାହିଁବେ ସେମାନେ ଅନଲାଇନ୍ରେ ମଧ୍ୟ ପାଠ ପଢିପାରିବେ । କରୋନା ପାଇଁ ଶିକ୍ଷାକ୍ଷେତ୍ର ଉପରେ ଅନେକ ପ୍ରଭାବ ପଡ଼ିଲାଣି ତେଣୁ ୨୦୨୨ ରେ ସମସ୍ତ ପରୀକ୍ଷା ଠିକ୍ ସମୟରେ ହେବ ।
ସୂଚନା ଯେ, ଗତ ପୂଜା ଛୁଟି ପରେ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଥିଲା। ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପାଦ ଥାପିଥିଲେ। ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ବିଶେଷକରି କରୋନାକୁ ନଜରରେ ରଖି କ୍ୟାମ୍ପସ ବିଶୋଧନ, ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦିଆଯାଇଥିଲା। ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅନୁଷ୍ଠିତ ହେବାକୁ ଥିବାରୁ ଅଧିକାଂଶ କ୍ୟାମ୍ପସରେ ଆଜି ବିଶୋଧନ ହୋଇଥିଲା।
