ଡବ୍ଲୁଟିସି ପଏଣ୍ଟ ଟେବୁଲ : ଶୀର୍ଷରେ ଅଷ୍ଟ୍ରେଲିଆ, ୪ ନମ୍ବରରେ ଭାରତ
ନୂଆଦିଲ୍ଲୀ : ଆସେସ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଶୋଚନୀୟ ଭାବେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ଏହାସହ ସିରିଜରେ ଆଗୁଆ ରହିଛି । ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଏବେ ଅଷ୍ଟ୍ରେଲିଆ ୩-୦ରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ଖେଳାଳିଙ୍କ ଆଗରେ ଇଂଲଣ୍ଡ ଟିମ୍ ପୁରା ଅସହାୟ ହୋଇ ପଡିଥିଲା । ତେବେ ବିଜୟୀ ହେବା ପରେ ଅଷ୍ଟ୍ରେଲିଆକୁ ପଏଣ୍ଟ ଟେବୁଲରେ ଅନେକ ଫାଇଦା ମିଳିଛି ।
ଆଇସିସି ତରଫରୁ ଜାରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଲୁଟିସି) ପଏଣ୍ଟ ଟେବୁଲରେ ଅଷ୍ଟ୍ରେଲିଆ ଏକ ନମ୍ବରରେ ରହିଛି । ଶ୍ରୀଲଙ୍କା ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୧- ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଅଷ୍ଟ୍ରେଲିଆ ତିନୋଟି ମ୍ୟାଚ୍ ଜିତି ସାରିଛି । ଶ୍ରୀଲଙ୍କା ଦୁଇଟି ଜିତିଛି । ଉଭୟ ଦଳର ବିଜୟୀ ପ୍ରତିଶତ ୧୦୦ ପ୍ରତିଶତ ରହିଛି । ତୃତୀୟ ସ୍ଥାନରେ ପାକିସ୍ତାନ ରହିଛି । ପାକ୍ ତିନୋଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ହାରିଛି । ପାକିସ୍ତାନର ବିଜୟୀ ପ୍ରତିଶତ ୭୫ ପ୍ରତିଶତ । ଭାରତ ଚତୁର୍ଥରେ ରହିଛି । ଦଳ ୨ଟି ସିରିଜ୍ ଖେଳିଥିବା ବେଳେ ତିନୋଟି ଜିତିଛି ଗୋଟିଏ ହାରିଛି । ସେହିପରି ଦୁଇଟି ମ୍ୟାଚ୍ ଡ୍ର ରହିଛି ।
Australia on ?
— ICC (@ICC) December 28, 2021
Here's how the #WTC23 table is taking shape after the third #Ashes Test in Melbourne ? pic.twitter.com/Nc2RcwluJz
ସୂଚନା ଯେ, ଆସେସରେ ତିନୋଟି ମ୍ୟାଚ୍ ହାରିବା ପରେ ଦଳ ପଏଣ୍ଟ ଟେବୁଲରେ ତଳକୁ ଖସି ଆସିଛି । ଇଂଲଣ୍ଡ ପଛକୁ କେବଳ ବାଂଲାଦେଶ ରହିଛି । ଏହି ଚାମ୍ପିଅନସିପରେ ଇଂଲଣ୍ଡ ଗୋଟି ମ୍ୟାଚ୍ ଜିତିଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ସୂଚନାଯୋଗ୍ୟ, ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ନ୍ୟୁଜିଲାଣ୍ଡ ହାତେଇଥିଲା । ତେବେ ଭାରତ ରନର ଅପ୍ ହୋଇଥିଲା ।
