ଗୋଟିଏ ପରିବାରର ୬ କୋଭିଡ ପଜିଟିଭ ଚିହ୍ନଟ : କଟକକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ
କଟକ : କଟକକୁ ଫେରିଲା କଣ୍ଟେନମେଣ୍ଟ । ନୂଆ ରାଉସା ପାଟଣା ଅଞ୍ଚଳର ଗୋପବନ୍ଧୁ ବିହାରର ଗୋଟିଏ ପରିବାରରେ ୬ ଜଣ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଉକ୍ତ ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି କଟକ ମହାନଗର ନିଗମ ।
ପଜିଟିଭ ଚିହ୍ନଟ ହେବା ପରେ କଣ୍ଟାକ୍ଟ ଟ୍ରେସିଂ ସହ ଉକ୍ତ ପରିବାରକୁ କଟକଣା ମଧ୍ୟରେ ରହିବାକୁ ପରାମର୍ଶ ଦେଇଛି ସିଏମସି । ଏପରିକି ଉକ୍ତ ବିଲଡିଂକୁ ଅନ୍ୟ କାହାକୁ ଯିବା ଆସିବା ନକରିବା ପାଇଁ ବାରଣ ମଧ୍ୟ କରିଛି ସିଏମସି । ଜରୁରୀକାଳୀନ ସେବା ଯୋଗାଇବା ପାଇଁ ମୁତୟନ ହୋଇଛନ୍ତି ସିଏମସି ଅଧକାରୀ ।
