ତପସ୍ୱିନୀ-ସୁମିତ ବିବାଦ ମାମଲା : ଆସନ୍ତା ୪ରେ ରାୟ ଶୁଣାଇବେ ଜିଲା ଓ ଦୌରା ଜଜ୍
ବ୍ରହ୍ମପୁର : ଡାକ୍ତର ସୁମିତ ଓ ତପସ୍ୱିନୀ ପାରିବାରିକ ବିବାଦ ମାମଲାରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲା ରେ ଉଭୟ ପକ୍ଷର ଓକିଲ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ । ତେବେ ଆସନ୍ତା ୪ ତାରିଖରେ ଜିଲ୍ଲା ଓ ଦୌରା ଜଜ୍ ଏହାର ରାୟ ଶୁଣାଇବେ ।
କିଛି ଦିନ ତଳେ ଓକିଲ ଏସଡିଜେମଙ୍କ ରାୟକୁ ଅପିଲ କରି ଜିଲ୍ଲା କୋର୍ଟରେ ପିଟସନ ଦେଇଥିଲେ । ସେହିପରି ସୁମିତଙ୍କ ଘରେ ରହିବାକୁ ତପସ୍ୱିନୀ ଗତ ୧୭ ତାରିଖରେ ଏଡିଜେଏମରେ ଏକ ପିଟିସନ ଦାୟର କରିଥିଲେ । ଏହାକୁ ଏସଜେଏମ ପ୍ରତ୍ୟାଖାନ କରିଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ତପସ୍ୱିନୀଙ୍କ ଓକିଲ ଜିଲ୍ଲା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଅପରପକ୍ଷରେ ତପସ୍ୱିନୀ କହିଛନ୍ତି, ନିଜର ହକ୍ ନ ପାଇବା ଯାଏଁ, ଶାଶୂଘରେ ରହିବାର ଅଧିକାର ନ ପାଇବା ଯାଏଁ ପ୍ରମିଳା ମା’ଙ୍କ ସହ ଏହି ଲଢ଼େଇଜାରି ରଖିବେ।
