ବକ୍ସ ଅଫିସ୍ରେ ଧୁମ୍ ମଚାଇଲା ‘ସ୍ପାଇଡର୍-ମ୍ୟାନ, ନୋ ୱେ ହୋମ୍’
ମୁମ୍ବାଇ : ବକ୍ସ ଅଫିସ୍ରେ ଧୁମ୍ ମଚାଇଲା ‘ସ୍ପାଇଡର୍-ମ୍ୟାନ, ନୋ ୱେ ହୋମ୍’ । ଫ୍ୟାନ୍ସଙ୍କ ପେକ୍ଷାର ଅନ୍ତ ଘଟାଇ ଗତ ୧୬ରେ ଭାରତରେ ରିଲିଜ୍ ହୋଇଯାଇଛି ମାର୍ଭେଲ ଷ୍ଟୁଡିଓର ଫିଲ୍ମ “ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍” । ରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସ୍ରେ ସବୁ ରେକର୍ଡ ଭାଙ୍ଗିଛି । କୋଭିଡ୍ ମହାମାରୀ କାରଣରୁ ଏହା ରିଲିଜ୍ ହୋଇପାରି ନଥିଲା । ପରଦାକୁ ଆସିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଦମଦାର୍ ରେସପନ୍ସ ମିଳିଛି । ଫିଲ୍ମଟି ପ୍ରଥମ ଦିନରେ ହିଁ ଧମାଲ କରିଛି । ଏହି ଫିଲ୍ମଟି ପ୍ରଥମ ଦିନରେ ୩୨.୨୭ କୋଟି ଟଙ୍କା ବ୍ୟବସାୟ କରିଛି ।
ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ପ୍ରଥମ ଦିନରେ ରୋଜଗାର ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ଅନେକ ଫେମସ ଓ ଲୋକପ୍ରିୟ ମୁଭିକୁ ପଛରେ ପକାଇଛି । ସେହିପରି ଶୁକ୍ରବାର ଦିନ ଫିଲ୍ମଟି ୨୨ ରୁ ୨୩ କୋଟି ଟଙ୍କାର ବକ୍ସଅଫିସ୍ କଲେକ୍ସନ୍ କରିଛି । ଦ୍ୱିତୀୟ ଦିନରେ ବକ୍ସଅଫିସ୍ କଲେକ୍ସନ୍ ହ୍ରାସ ପାଇଛି । କାରଣ ସାଉଥ୍ ରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍ ହୋଇଛି । “ସ୍ପାଇଡର୍-ମ୍ୟାନ: ନୋ ୱେ ହୋମ୍” ମାତ୍ର ଦୁଇଦିନରେ ମୋଟ ୫୫ କୋଟି ଟଙ୍କାର କଲେକ୍ସନ୍ କରିସାରିଛି । ଏହି ଫିଲ୍ମ ପାଇଁ ପୁରା ସିନେମା ହଲ ଫୁଲ୍ ହୋଇ ସାରିଛି । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ବହୁ ଉତ୍କଣ୍ଠା ଦେଖିବାକୁ ମିଳିଥିବା ବେଳେ ଟିକେଟ୍ ନମିଳିବାରୁ ଅନେକଙ୍କ ଦର୍ଶକଙ୍କ ହୃଦୟ ଭାଙ୍ଗି ଯାଇଛି ।
