ମଟନ ଷ୍ଟିଉ
ଯଦି ଆପଣ ଏକ ପୁଷ୍ଟିକର ଭୋଜନ କରିବାକୁ ଚାହୁଛନ୍ତି, ତେବେ ଘରେ ସହଜରେ ମଟନ ଷ୍ଟିଉ ରେସିପି ଟ୍ରାଏ କରିପାରିବେ। ଏହି ମଟନ ଷ୍ଟିଉ କଣ୍ଟିନେଣ୍ଟାଲ ଖାଦ୍ୟ ସଉକ ରଖୁଥିବା ଲୋକଙ୍କ ପାଇଁ ପୂରା ପରଫେକ୍ଟ। ସହଜରେ ଉପଲବ୍ଧ ହେଉଥିବା ଜିନିଷରେ ଏହି ମଟନ ଷ୍ଟିଉ କେବଳ ଅଧଘଣ୍ଟାରେ ପରଷି ପାରିବେ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଗୁଣକାରୀ ପ୍ରମାଣିତ ହୋଇଥାଏ। ଚାଲନ୍ତୁ ଜାଣିବା ମଟନ ଷ୍ଟିଉର ରେସିପି।
ଆବଶ୍ୟକ ସାମଗ୍ରୀ :
୫୦୦ ଗ୍ରାମ ମଟନ, ୪ଟି ଗ୍ରେଟେଡ ପିଆଜ, ୨ ଟେବଲସ୍ପୁନ ଗ୍ରେଟେଡ ରସୁଣ, ୧ ଟେବଲସ୍ପୁନ ଗ୍ରେଟେଡ ଅଦା, ୧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ଧନିଆ ଗୁଣ୍ଡ, ୧ ଚାମଚ ଜିରା ଗୁଣ୍ଡ, ୧ ଚାମଚ ହଳଦୀ ଗୁଣ୍ଡ, ୧୦୦ ଗ୍ରାମ ଦହି, ୧ ଟେବଲସ୍ପୁନ ଗରମ ମସଲା, ୨ କଶ୍ମୀର ଲଙ୍କା, ୨ଟି ତେଜପତ୍ର, ଆବଶ୍ୟକ ଅନୁସାରେ ତେଲ, ସ୍ବାଦାନୁସାରେ ଲୁଣ।
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ମଟନକୁ ଭଲ ଭାବେ ଧୋଇ ସଫା କରନ୍ତୁ। ମଧ୍ୟମ ଆଞ୍ଚରେ ଏକ କୋରଡିଆ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ତେଜପତ୍ର ଓ କଶ୍ମୀର ଲଙ୍କା ଭାଜନ୍ତୁ। ଲଙ୍କା ଭାଜି ହେବା ପରେ ପିଆଜ, ରସୁଣ ଓ ଅଦା ପେଷ୍ଟ ପକାଇ ଭାଜନ୍ତୁ। ସମସ୍ତ ଜିନିଷ ଭାଜିବା ପରେ ମଟନ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ହଳଦୀ ଗୁଣ୍ଡ ଓ ଗରମ ମସଲା ଏକାବେଳେ ପକାଇ ଧିମା ଆଞ୍ଚରେ ଘୋଡ଼େଇ ୧୫ରୁ ୩୦ ମିନିଟ ଭାଜନ୍ତୁ। ନିର୍ଦ୍ଧାରିତ ସମୟ ପରେ କଡ଼େଇରୁ ଢାଙ୍କୁଣୀ ବାହାର କରି ମଟନ ସିଜିଲାଣି କି ନାହିଁ ଦେଖନ୍ତୁ। ମଟନ ସିଝିଯାଇଥିଲେ ଏଥିରେ ଦହି ଓ ପାଣି ଦେଇ ଆହୁରି ୧୫ ମିନିଟ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟନ ଷ୍ଟିଉ। ଭାତ କିମ୍ବା ନାନ ସହିତ ଗରମ ଗରମ ପରଷନ୍ତୁ।
