କଟକରେ ଦୁଇ ବିଦେଶ ଫେରନ୍ତା କୋରୋନା ପଜିଟିଭ ଚିହ୍ନଟ
କଟକ : ଡରାଉଛି ଓମିକ୍ରନ । ଚିନ୍ତା ବଢାଇଲେ ବିଦେଶୀ ଫେରନ୍ତା । କଟକରେ ଦୁଇ ଜଣ ବିଦେଶ ଫେରନ୍ତା ସନ୍ଦିଗ୍ଧଙ୍କୁ ନେଇ ବଢ଼ିଲା ଚିନ୍ତା । କଟକୁ ୨ଜଣ ବିଦେଶୀ ଫେରିଥିବା ବେଳେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏହି ଦୁଇ ଜଣଙ୍କ ସମେତ ତାଙ୍କ ସଂସ୍ପର୍ଶରେ ଆସିଥିବା ମୋଟ 7 ଜଣ କୋଭିଡ ପଜିଟିଭ ଚିହ୍ନଟ । ୨ ବିଦେଶ ଫେରନ୍ତା ନାଇଜେରିଆରୁ ଫେରିବା ପରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କ ନମୁନା ଜିନମ ସିକୁଏନ୍ସ ପାଇଁ ପଠାଇଛି ଜିଲ୍ଲା ପ୍ରଶାସନ।
