ଘାଟରେ କୁମ୍ଭୀର ଆତଙ୍କ, ମହାନଦୀକୁ ନ ଯିବା ପାଇଁ ବାରଣ କଲା ବନବିଭାଗ
କଟକ : କଟକ ଜିଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ମହାନଦୀ ଘାଟରେ ଦୁଇଟି କୁମ୍ଭୀର ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସାତକୋଶିଆ ଗଣ୍ଡରୁ ଦୁଇଟି କୁମ୍ଭୀର ପଳାଇ ଆସି ଡିମିରିଆ ମହାନଦୀ ଘାଟରେ ବୁଲୁଥିବାରୁ ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଆଖପାଖ ଅଞ୍ଚଳର ଲୋକମାନେ ମହାନଦୀକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
ଡିମିରିଆ ମହାନଦୀ ଘାଟରେ ସ୍ଥାନୀୟ ଲୋକ ଦୁଇଟି କୁମ୍ଭୀର ଦେଖିବାକୁ ପାଇଛନ୍ତି । ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସାତକୋଶିଆ ଗଣ୍ଡରୁ ଦୁଇଟି କୁମ୍ଭୀର ଏଠାକୁ ପଳାଇ ଆସିଥିବା ଅନୁମାନ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ବନବିଭାଗକୁ ଖବର ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । ଆଖପାଖ ଅଞ୍ଚଳର ଲୋକଙ୍କୁ ବର୍ତ୍ତମାନ ପରିସ୍ଥିତିରେ ମହାନଦୀ ଘାଟକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ଏକ ସତର୍କତା ସାଇନେଜ୍ ଲଗାଯାଇଛି । ତେବେ କୁମ୍ଭୀରକୁ ଦେଖିବା ପରେ ସ୍ଥାନୀୟ ଲୋକ ମଧ୍ୟ ଘାଟକୁ ଆସୁନଥିବା ଦେଖାଯାଇଛି । ଖୁବଶୀଘ୍ର ଏହାକୁ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବନ ବିଭାଗ ଅଧିକାରୀ । ସେତେବେଳ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଡିମିରିଆ ମହାନଦୀ ଘାଟକୁ ଯିବାକୁ ବାରଣ କରାଯାଇଛି ।
