କଟକ ଷ୍ଟେସନରେ ଜଣେ ଯାତ୍ରୀଙ୍କ ନିକଟରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ
କଟକ : ଜଣେ ଯାତ୍ରୀଙ୍କ ନିକଟରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ । ରାଜଧାନୀ ଏକ୍ସପ୍ରେସରେ ଯାଉଥିବା ସମୟରେ ୪ଟି ଟ୍ରଲିରୁ ଜବତ ହୋଇଛି ଲକ୍ଷାଧିକ ଟଙ୍କା । ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିଲା ଟଙ୍କା । ବେଆଇନ ଭାବରେ ଏହି ଟଙ୍କା ନିଆଯାଉଥିବା ବେଳେ ଜବତ କରିଛି କଟକ ଜିଆରପି ପୋଲିସ । କେଉଁ ଆଡକୁ ଟଙ୍କା ନିଆଯାଉଥିଲା ସେନେଇ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଜଣଙ୍କୁ ଅଟକ ରଖାଯାଇଛି । ଅଟକ ବ୍ୟକ୍ତି ଜଣକ ଏ କେ ସ୍ବାଇଁ ।
