ଦରମା ନ ପାଇବାରୁ ଚାକିରି ଛାଡୁଛନ୍ତି ପାକିସ୍ତାନ ଦୂତାବାସ କର୍ମଚାରୀ
ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ କି ତାଙ୍କ ପାଖରେ ଦେଶ ଚଳାଇବାକୁ ଅର୍ଥନାହିଁ ଓ ଦେଶ ଦିନକୁ ଦିନ ଋଣ ଭାରରେ ବୁଡିବାକୁ ଲାଗିଛି । ଏହାରି ମଧ୍ୟରେ ଏବେ ଖବର ଆସୁଛି କି ବିଦେଶରେ ରହୁଥିବା ପାକିସ୍ତାନର ଦୂତାବାସ କର୍ମଚାରୀ ଦରମା ନପାଇବା କାରଣରୁ ଚାକିରି ଛାଡୁଛନ୍ତି । ପାକିସ୍ତାନ ଦୂତାବାସ ସହ ଅନୁବନ୍ଧିତ ୫ ଜଣ କର୍ମଚାରୀ ଅଗଷ୍ଟ ମାସରୁ ଦରମା ପାଇ ନାହାଁନ୍ତି ।
ରିପୋର୍ଟ ମୁତାବକ ୧୦ ବର୍ଷ ଧରି ଦୂତାବାସରେ କାମ କରୁଥିବା ଜଣେ କର୍ମଚାରୀ ଦରମା ନପାଇବା କାରଣରୁ ଚାକିରିରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ଦୂତାବାସରେ ଏହି ସ୍ଥାନୀୟ କର୍ମଚାରୀଙ୍କୁ ବାର୍ଷିକ କଣ୍ଟାକ୍ଟରେ ରଖାଯାଇଥିଲା । ଆମେରିକାର ନ୍ୟୁନତମ ବେତନ ହିସାବରେ ପ୍ରତି କର୍ମଚାରୀଙ୍କୁ ମାସିକ ୨୦୦୦ ରୁ ୨୫୦୦ ଡଲାର ଦରମା ମିଳିଥାଏ । ଦୂତାବାସରେ ନିଯୁକ୍ତ ହୋଇଥିବା ସ୍ଥାନୀୟ କର୍ମଚାରୀ (ସେ ରେଗୁଲାର ହୁଅନ୍ତୁ କି କଣ୍ଟାକଚୁଆଲ) ସେମାନଙ୍କୁ ବିଦେଶୀ କର୍ମଚାରୀ ଭାବେ କୌଣସି ବିଶେଷ ଅଧିକାର ମିଳୁ ନାହିଁ ।
