ନାଗାଲାଣ୍ଡ ଗସ୍ତ କରିବ କଂଗ୍ରେସ ପ୍ରତିନିଧି ଦଳ, ୪ ଜଣଙ୍କ ନାମ ଚୁଡାନ୍ତ କଲା ଏଆଇସିସି
ନୂଆଦିଲ୍ଲୀ : ନାଗାଲାଣ୍ଡରେ ଆତଙ୍କବାଦୀ ନିରୋଧୀ ଅପରେସନ ବେଳେ ତ୍ରୁଟି ଯୋଗୁଁ ସେନା ଗୁଳିରେ ୧୪ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହେବା ଘଟଣାରେ ଘଟଣାସ୍ଥଳ ପରିଦର୍ଶନ କରିବ କଂଗ୍ରେସର ୪ଜଣିଆ ପ୍ରତିନିଧି ମଣ୍ଡଳୀ । ଏହି ଟିମରେ ସାମିଲ ହେବାକୁ ଥିବା ୪ ସଦସ୍ୟଙ୍କ ନାମ ଚୂଡାନ୍ତ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) । ଦଳର ଜାତୀୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ,ନାଗାଲାଣ୍ଡ ପ୍ରଭାରୀ ଡ. ଅଜୟ କୁମାର, ସାଂସଦ ଗୌରବ ଗୋଗୋଇ ଏବଂ ସାସଂଦ ଆନ୍ତୋ ଆଣ୍ଟୋନିଙ୍କ ନାମ ଚୁଡାନ୍ତ କରିଛି ଦଳ । ଏନେଇ ଏଆଇସିସି ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛି ।
ଏଆଇସିସି କହିଛି ଏହି ୪ ଜଣିଆ ଦଳ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ଘଟଣାର ଅନୁସନ୍ଧାନ କରିବ । ଏକ ସପ୍ତାହ ମଧ୍ୟରେ ପ୍ରତିନିଧୀ ଦଳ କଂଗ୍ରେସ ହାଇକମାଣ୍ଡଙ୍କୁ ଏହି ଅନୁସନ୍ଧାନ ରିପୋର୍ଟ ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
