ହାତୀ ଆକ୍ରମଣରେ ଗୋରୁ ସହ ଜଣେ ବୃଦ୍ଧା ମୃତ
ଅନୁଗୋଳ : ଅନୁଗୋଳ ଜିଲା ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତର ନଳଚନ୍ଦ୍ରପୁର ଗ୍ରାମରେ ଗୋରୁ ସହ ଜଣେ ବୃଦ୍ଧା ବ୍ୟକ୍ତି ର ମୃତ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଧନେଶ୍ଵର ଭୁକ୍ତା। ବିଗତ ତିନିଦିନ ହେବ ବଅଁରପାଳ ବ୍ଲକ ଅଞ୍ଚଳରେ ହାତୀ ଉତ୍ପାତ କରିଚାଲିଥିବା ବେଳେ ଆଜି ସକାଳେ ଧନେଶ୍ଵର ସୌଚ ହେବା ପାଇଁ ନିଜ ଘର ପଛଆଡକୁ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ ହୋଇଛି । ଘଟଣା ସ୍ଥଳରେ ବନ କର୍ମଚାରୀ ପହଁଚି ମୃତ ଦେହ ଦେଖିବା ପରେ ଜଣେ ବନ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବାର ଦେଖିବାକୁ ମିଳିଛି।
