ବାତ୍ୟା ଜଓ୍ବାଦ କ୍ଷୟକ୍ଷତି ନେଇ ଜିଲାପାଳଙ୍କୁ ରିପୋର୍ଟ ମାଗିଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ
ଭୁବନେଶ୍ବର: ବାତ୍ୟା ଜଓ୍ବାଦ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିଥିଲା । ତେବେ ଏଥିରେ କେତେ କ୍ଷୟକ୍ଷତି ହୋଇଛି ସେ ନେଇ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ମାଗିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ଖୁବଶୀଘ୍ର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ରିଲିଫ କୋର୍ଡ ଅନୁଯାୟୀ ଚାଷୀଙ୍କୁ ସହାୟତା ମିଳିବ । ଏ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି।
ଗତ ଦୁଇ ଦିନ ହେବ ସାମୁଦ୍ରିକ ଝଡ଼ ଜଓ୍ବାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଉତ୍ତର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି । ଶହ ଶହ ହେକ୍ଟର ଜମିରେ ବର୍ଷା ଜଳ ଏବେବି ଜମି ରହିଛି । ଏହି କାର୍ଯ୍ୟରେ ବିଳମ୍ବ ନକରି ଯଥା ସମ୍ଭବ ରିପୋର୍ଟ ଦେବାକୁ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ଦିଆଯାଇଛି । ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା । ଯଦି ଏହି ବାତ୍ୟା ଜୱାଦ୍ କାରଣରୁ କେଉଁ ଚାଷୀଙ୍କ ଅସୁବିଧା ହୋଇଥାଏ ତେବେ ରିଲିଫ୍ କୋଡ଼୍ ଅନୁଯାୟୀ ଚାଷୀଙ୍କୁ ମିଳିବ ସହାୟତା ରାଶି । ଆଜିଠୁ ରାଜ୍ୟରେ ସୁଧୁରିବ ପାଗ। କମିବ ରାତି ତାପମାତ୍ରା । ୩ରୁ ୪ଡିଗ୍ରୀ ଯାଏଁ ତଳକୁ ଖସିବ ପାରଦ। ପୁଣି ସ୍ୱାଭାବିକ ହେବ ଶୀତ। ଆସନ୍ତାକାଲିଠୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଗତ ୨୪ ଘଣ୍ଟାରେ ପାରାଦୀପରେ ୨୦୧ ମିଲିମିଟର ଓ ଏରସମାରେ ୧୮୮ ମିଲିମିଟର ବର୍ଷା ହୋଇଛି ।
