ନୀରଜ ଚୋପ୍ରା ଯୁବବର୍ଗ ଓ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅଲମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ପୁଣି ପ୍ରଶଂସାରେ ପୋତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୀରଜ ଚୋପ୍ରା ଯୁବବର୍ଗ ଓ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ଟ୍ବିଟ୍ କରି ନୀରଜଙ୍କ ପାଇଁ କିଛି ଏଭଳି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ଅହମ୍ମଦାବାଦର ସଂସ୍କାରଧାମର ୭୫ଟି ସ୍କୁଲ୍ ବୁଲି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ନୀରଜ ଚୋପ୍ରାଙ୍କ ପ୍ରଶଂସା କରିଛନ୍ତି । ସେ ଟ୍ବିଟ୍ କରି କହିଛନ୍ତି ଯେ, ନୀରଜ ଚୋପ୍ରା ଛାତ୍ରଛାତ୍ରୀଙ୍କ ନିକଟକୁ ପହଞ୍ଚି କ୍ରୀଡ଼ା ଓ ଫିଟ୍ନେସ ବାବଦରେ ପ୍ରୋତ୍ସାହିତ କରିବା ଏକ ପ୍ରଶଂନୀୟ ପଦକ୍ଷେପ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଉତ୍ସାହ ବଢ଼ାଇବ । ଆମ ଏହାକୁ ଜାରି ରଖି ଓ ଯୁବଗୋଷ୍ଠୀ ପଡ଼ିଆରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରେରଣା ଯୋଗାଇ ପାରିବ ।
ଭାରତର ଅଲମ୍ପିଆନ୍ ଓ ପାରାଲମ୍ପିଆନମାନେ ୭୫ଟି ସ୍କୁଲ୍ରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ଆହର ବାବଦରେ ପ୍ରେରଣା ଯୋଗାଇବାକୁ ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାଦ୍ବାରା କ୍ରୀଡ଼ାବିତ୍ଙ୍କ ଫିଟ୍ନେସ୍ରେ ସନ୍ତୁଳନ ରକ୍ଷା ହୋଇ ପାରିବ । ଏହି କ୍ରମରେ ସଂସ୍କାରଧାମରେ ୭୫ଟି ସ୍କୁଲ୍ ବୁଲି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ପୂରଣ କରିଛନ୍ତି ନୀରଜ ଚୋପ୍ରା । ନୀରଜ ଚୋପ୍ରା ଫିଟ୍ନେସ ସହ ଛାତ୍ରଛାତ୍ରୀଙ୍କ ମନରେ ଉଙ୍କି ମାରୁଥିବା ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି । ଏହି ଅବସରରେ ନୀରଜ କୀଡ଼ାବିତ୍ଙ୍କ ସହ ଅନେକ କ୍ରୀଡ଼ା ଭାଗ ନେଇଥିଲେ ।
