୬ ରୁ ୮ ସପ୍ତାହ ମଧ୍ୟରେ ଓମିକ୍ରନ ଆଣିବ ତୃତୀୟ ଲହର !
ନୂଆଦିଲ୍ଲୀ: କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ପୁରା ଦେଶ ଏବେ ଭୟଭୀତ । ଏହି ଭାରିଏଣ୍ଟ ଓମିକ୍ରନକୁ ନେଇ ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଆଗାମି ୬ରୁ ୮ ସପ୍ତାହ ମଧ୍ୟରେ ଓମିକ୍ରନ ଲହର ଦେଖିବାକୁ ମିଳିବ । ଫେବ୍ରୁଆରୀରେ ଏହା ଶିଖର ଛୁଇଁବା ସହ ଦୈନିକ ମାମଲା ୧.୫ ଲକ୍ଷ ହୋଇପାରେ ବୋଲି କହିଛନ୍ତି ବିଶେଷଜ୍ଞ ।
ରାଜ୍ୟ ସରକାରଙ୍କ କୋଭିଡ ଟାକ୍ସ ଫୋର୍ସର ଡାକ୍ତର ଶଙ୍କର ଯୋଶୀ କହିଛନ୍ତି ବର୍ତ୍ତମାନ ଓମିକ୍ରନ ଭାରିଏଣ୍ଟକୁ ନେଇ ଅନେକ ଲୋକ ଅଜଣା ଅଛନ୍ତି । ଆମକୁ ଭୟଭୀତ ହେବାର କୌଣସି ଆବଶ୍ୟକ ନାହିଁ । ଆମକୁ ସଜାର ରହିବାକୁ ପଡିବ । ପରବର୍ତ୍ତୀ କିଛି ସପ୍ତାହ ଯାଏ ଆମକୁ ସତର୍କ ରହିବାକୁ ପଡିବ । ଏହି ସମୟ ଆମ ପାଇଁ ବହୁତ ଗୁତୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଡାକ୍ତର ଶଙ୍କର ଯୋଶୀ ।
କୋଭିଡ ଟାକ୍ସ ଫୋର୍ସର ଅନ୍ୟ ଜଣେ ସଦସ୍ୟ ଡାକ୍ତର ରାହୁଲ ପଣ୍ଡିତ କହିଛନ୍ତି ନୂଆ ଭାରିଏଣ୍ଟକୁ ନେଇ ସନ୍ଧାନ, ପରୀକ୍ଷା ଓ ଚିକିତ୍ସା ଜାରି ରହିଛି । ଜାନୁଆରୀ ୨୦୨୨ରେ କୋରୋନାର ତୃତୀୟ ଲହର ଆସିବା ସହ ଫେବ୍ରୁଆରୀରେ ଏହା ଶିଖର ଛୁଇଁବ । ଏନେଇ ଆଇଆଇଟି କାନପୁରର ଏକ ରିପୋର୍ଟ ସାମ୍ନାକୁ ଆସିଛି।
ଆଇଆଇଟି କାନପୁରର ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଦାବି କରିଛନ୍ତି ଯେ, ‘ଦେଶରେ କୋଭିଡ -୧୯ର ତୃତୀୟ ଲହର ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ ଏବଂ ଫେବ୍ରୁଆରୀରେ ଏହା ପିକ୍କୁ ଯିବା ସମ୍ଭାବନା ରହିଛି। ଫଳରେ ଦୈନିକ ମାମଲା ଦେଢ଼ ଲକ୍ଷରୁ ଅଧିକ ଚିହ୍ନଟ ହୋଇପାରନ୍ତି। ଅନେକ ଦେଶରେ ବିସ୍ତାର ହେବା ପରେ ଭାରତରେ ଓମିକ୍ରନ୍ ମାମଲା ଚିହ୍ନଟ ହେଲାଣି ।
