ମହାରାଷ୍ଟ୍ରରେ ଚିହ୍ନଟ ହେଲା ଓମିକ୍ରନ ଭୂତାଣୁ
ମୁମ୍ବାଇ : ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେବାରେ ଲାଗିଛନ୍ତି ନୂଆ ଭାରିଏଣ୍ଟ ଆକ୍ରାନ୍ତ । ପ୍ରଥମେ କର୍ଣ୍ଣାଟକ,ଗୁଜୁରାଟ ପରେ ଆଜି ମହାରାଷ୍ଟ୍ରରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସାମ୍ନାକୁ ଆସିଛି । ଆକ୍ରାନ୍ତ ଜଣଙ୍କ ଥାନେ ଜିଲ୍ଲାର ହୋଇଥିବା ବେଳେ ବିଦେଶ ଫେରନ୍ତା ବୋଲି ପ୍ରାଥମିକ ଭାବେ ଜଣାପଡିଛି । ନମୂନା ପରୀକ୍ଷା ପରେ ନୂଆ ଆକ୍ରାନ୍ତ ଓମିକ୍ରନ ଭ୍ୟାରିଏଣ୍ଟରେ ସଂକ୍ରମିତ ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ।
ସୂଚନା ଯେ, ସଂକ୍ରମିତଜଣଙ୍କ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଫରିଥିଲେ । ତେବେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ କର୍ଣ୍ଣାଟକ ଓ ଆଜି ଗୁଜୁରାଟ ଓ ମହାରାଷ୍ଟ୍ରରେ ଦୁଇ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି ଯାହା ଚିନ୍ତାର କାରଣ ପାଲଟିଲାଣି ।
