ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ ଯବାନ
ମାଲକାନଗିରି: ଯବାନଙ୍କ ଆତ୍ମହତ୍ୟା । ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ହାରିଲେ ଜୀବନ । ମାଲକାନଗିରିର ଜିଲ୍ଲା କାଲିମେଳା ଥାନା ଅଧିନରେ ଥିବା ପୋଟେରୁ ଫାଣ୍ଡି ଏସଏସବିଏନ କ୍ୟାମ୍ପରେ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯବାନ ହେଲେ ଦୁର୍ଯ୍ୟୋଧନ ମାଝୀ । ସେ ଓଏସଏପି ଚତୁର୍ଥ ବାଟାଲିୟନରେ କାର୍ଯ୍ୟରତ ଥିଲେ ।
ତେବେ ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଶନିବାର ସକାଳୁ ପୋଲିସ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟକୁ ଯବାନଙ୍କୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି ।

