ଓମିକ୍ରନ ଭ୍ୟାରିଆଣ୍ଟ : ଭାରତରେ ବୁଷ୍ଟର ଡୋଜକୁ ଅନୁମତି, ୪୦ରୁ ଅଧିକ ବୟସ୍କଙ୍କୁ ଦିଆଯିବ
ନୂଆଦିଲ୍ଲୀ : ଆମେରିକା, ବ୍ରିଟେନ ସମେତ ଅନ୍ୟ ଦେଶ ଓମିକ୍ରନର ବିସ୍ତାରକୁ ଦେଖି ବୁଷ୍ଟର ଡୋଜ ପ୍ରକ୍ରିୟାକୁ ତୀବ୍ର କରାଯାଇଛି । ଏହି ଭୟଙ୍କର ଭାରିଆଣ୍ଟକୁ ଦୃଷ୍ଟିରେ ରଖି ଭାରତରେ ମଧ୍ୟ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ମିଳିଛି । ଏହି ମଞ୍ଜୁରୀ ଟିମ ଇଣ୍ଡିଆ ଜିନାମ ସାଇଣ୍ଟିଷ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ମିଳିଛି । କରୋନାର ଏହି ଜିନାମିକ ଭାରିଆସନକୁ ମନିଟରିଂ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନ୍ୟାସନାଲ ଟେଷ୍ଟିଙ୍ଗ ଲ୍ୟାବ ନେଟୱର୍କ ତିଆରି କରାଯାଇଛି ।
ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ବିପଦକୁ ନଜରରେ ରଖି ଦେଶରେ ୪୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ କୋଭିଡ-୧୯ ବୁଷ୍ଟର୍ ଡୋଜ୍ ପ୍ରଦାନ କରିବା ଉପରେ ବିଚାର କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି ୨୮ଟି ପରୀକ୍ଷାଗାର। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। ପ୍ରଥମେ କର୍ଣ୍ଣାଟକରେ ଏହି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିଲା। ବିପଦସଙ୍କୁଳ ଅବସ୍ଥାରେ ଥିବା ସମସ୍ତ ଲୋକଙ୍କୁ ଟିକାକରଣ ଏବଂ ୪୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏକ ବୁଷ୍ଟର୍ ଡୋଜର ପ୍ରଦାନ କରିବା ଉପରେ ବିଚାର, ପ୍ରଥମେ ସର୍ବାଧିକ ବିପଦଗ୍ରସ୍ତଙ୍କୁ ଟାର୍ଗେଟ କରାଯାଇପାରେ। କାରଣ ବର୍ତ୍ତମାନର ଟିକାକରଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଗ ପ୍ରତିରୋଧକ ଓମିକ୍ରନ ଭ୍ୟାରିଆଣ୍ଟ ସହ ମୁକାବିଲା କରିବା ପାଇଁ ଯଥେଷ୍ଟ ମାତ୍ରାରେ ସମର୍ଥ ନୁହେଁ।
