ଲେମନ ଚିକେନ
ସାମଗ୍ରୀ :
୫୦୦ ଗ୍ରାମ ଚିକେନ, ଅଳ୍ପ ଗୋଲମରିଚଗୁଣ୍ଡ, ତେଲ, ବଟର, ଅଦା-ରସୁଣ ପେଷ୍ଟ୍, ଗରମ ମସଲା, କ୍ରିମ, ଲେମ୍ବୁ, କଞ୍ଚାଲଙ୍କା ଓ ସ୍ୱାଦ ଅନୁସାରେ ଲୁଣ ।
ପ୍ରଣାଳୀ :
ପ୍ରଥମେ ଚିକେନ କୁ ଭଲ ଭାବରେ ଧୋଇ ସେଥିରେ ଅଦା ରସୁଣ ପେଷ୍ଟ୍, ୨ ଚାମଚ ଲେମ୍ବୁ ରସ, ୧.୫ ଚାମଚ ଦହି, ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ତାକୁ ୧ ଘଣ୍ଟା ମ୍ୟାରିନେଟ୍ ହେବ ପାଇଁ ଛାଡି ଦେବା ଓ ତା ପରେ ଗ୍ୟାସ ଅନ୍ କରି କଡେଇ ବସେଇ ସେଥିରେ ତେଲ ଓ ବଟର ପକାଇବା, ତେଲ ଗରମ ହେବା ପରେ ମ୍ୟାରିନେଟ୍ ହୋଇଥିବା ଚିକେନକୁ ସେଥିରେ ପକାଇ ଭଲ ଭାବରେ ଭାଜି ଦେବା ଓ ସେ ଭଲ ଭାବରେ ଭାଜି ହୋଇଗଲେ ସେଥିରେ ଅଳ୍ପ କ୍ରିମ୍, ଗୋଲ ମରିଚ ଗୁଣ୍ଡ ଓ କଞ୍ଚା ଲଙ୍କା ପକାଇ ଗୋଳେଇ ଦେବା । ଏହା ପରେ ଚିକେନକୁ ୧୦ ମିନିଟ ପର୍ଯ୍ୟନ୍ତ ଲୋ ଫ୍ଲେମରେ ଘୋଡେଇ ଦେବା ଓ ତାପରେ ଗରମ ଗରମ ପରସି ଦେବା ଲେମନ ଚିକେନ ।
