କଢାଇ ପନିର
ସାମଗ୍ରୀ :
୧ ଚାମଚ ତେଲ, ଜିରା, ୨ଟା ବଡ ପିଆଜ, ୧ଚାମଚ ଅଦା-ରସୁଣ ପେଷ୍ଟ, ଅଧା ଚାମଚ ହଳଦୀଗୁଣ୍ଡ, ୧ ଚାମଚ ଜିରା ପାଉଡର, ୨ଟା ଟମାଟୋ ପ୍ୟୁରି, ୨୫୦ଗ୍ରାମ ପନିର, କ୍ୟାପ୍ସିକମ ଓ ସ୍ୱାଦ ଅନୁସାରେ ଲୁଣ ।
ମସଲା :
୧ ଚାମଚ ଧନିଆ, ୨ ଚାମଚ ଜିରା, ଅଧା ଚାମଚ ଲଙ୍କାଗୁଣ୍ଡ, ୧.୫ ଚାମଚ ଗୋଲମରିଚ, ଲୁଣ ।
ପ୍ରଣାଳୀ :
ପ୍ରଥମେ କଢାଇ ମସାଲାକୁ ପ୍ୟାନରେ ଭଲ ସେ ଭାଜନ୍ତୁ ଓ ତାକୁ ଥଣ୍ଡା କରି ଭଲସେ ଗ୍ରାଇଣ୍ଡ କରିଦିଅନ୍ତୁ । ତାପରେ ପ୍ୟାନ ଗରମ କରି ସେଥିରେ ୧ ଚାମଚ ତେଲ , ଜିରା ଓ ଛୋଟ ଛୋଟ କଟା ଯାଇଥିବା ଅଦା କୁ ଭଲ ଭାବରେ ଭାଜନ୍ତୁ । ସେଥିରେ ଗୋଟଏ ପିଆଜ ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବରେ ତାକୁ ଭାଜନ୍ତୁ । ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ପକାନ୍ତୁ | ପକାଇବାର ୨ ମିନିଟ ପରେ ଟମାଟ ପ୍ୟୁରି, ସ୍ୱାଦ ଅନୁସାରେ ଲୁଣ ଓ ପାଣି ଦେଇ ଲୋ ଫ୍ଲେମ ରେ ବସାନ୍ତୁ । ଗୋଟଏ ପିଆଜ, କ୍ୟାପ୍ସିକମ, ଟମାଟୋ ଓ ପନିରକୁ ଲମ୍ବା କରି କାଟି ଦିଅନ୍ତୁ । ତା ପରେ ଗୋଟିଏ ପ୍ୟାନ ଗରମ କରି ସେଥିରେ ୧ ଚାମଚ ତେଲ ଦେଇ ପିଆଜ, କ୍ୟାପ୍ସିକମ ଟମାଟ କୁ ହାଇ ଫ୍ଲେମରେ ଦୁଇ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ତା ପରେ ପନିର ପକାଇ ୩ ମିନିଟ ଭାଜିଲା ପରେ ଲଙ୍କା ଗୁଣ୍ଡ କଢାଇ ମସଲା ଓ ସ୍ୱାଦଅନୁସାରେ ଲୁଣ ପକାଇ ଭଲ ସେ ଗୋଳାଇ ଦିଅନ୍ତି । କଡେଇରେ ଥିବା ଗ୍ରେଭିକୁ ଆଣି ପ୍ୟନରେ ଭଲ ଭାବରେ ମିଶାନ୍ତୁ, ଧନିଆ ପତ୍ର ଓ ଗରମ ମସଲା ଦେଇ ଗରମ ଗରମ ପରସନ୍ତୁ କଢାଇ ପନିର।
