କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ
କେନ୍ଦୁଝର : କାନଝରି ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ । ମୃତକ ଜଣକ ପଲାଣଘାଟି ଗାଁର ଇନ୍ଦ୍ରମଣି ନାଏକ ବୋଲି ଜଣାପଡ଼ିଛି । ତେବେ ଇନ୍ଦ୍ରମଣି କାଠ କାମ କରନ୍ତି । ସେ ଗତ ଶୁକ୍ରବାର ଦିନ କିଛି ସାଙ୍ଗମାନଙ୍କ ସହିତ ଏଠାରେ ଗାଧୋଉ ଥିବା ସମୟରେ ବୁଡି ଯାଇଥିଲେ । ସେହିଦିନଠାରୁ ବହୁ ଖୋଜା ଖୋଜି ପରି ମଧ୍ୟ ଇନ୍ଦ୍ରମଣିଙ୍କୁ ପାଇନଥିବା ତାଙ୍କ ସାଙ୍ଗମାନେ କହିଛନ୍ତି ।
ଅଗ୍ନିଶମ କର୍ମଚାରୀମାନେ ମଧ୍ୟ ବହୁ ଖୋଜା ଖୋଜି କରି ପାଇନଥିଲେ । କିନ୍ତୁ ସୋମବାର ସକାଳୁ ସକାଳୁ ମୃତଦେହଟି ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ଖବର ପାଇ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
