ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ
କଟକ : ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ପାଳିତ । କଟକ ପ୍ରେସ ଛକ ନିକଟରେ ଥିବା ଏହି ମହାନ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ବ୍ୟକ୍ତିତ୍ୱଙ୍କ ଗାରିମା ସମ୍ପର୍କରେ ଅଲୋଚନା କରାଯାଇଛି ।
ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଆଧୁନିକ ଓଡ଼ିଶାର ନିର୍ମାଣ ସହ ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଏବଂ ସାମ୍ବାଦିକତା ଜଗତ ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ। pic.twitter.com/XfIZUXSf0o
— Naveen Patnaik (@Naveen_Odisha) November 21, 2021
ଦେଶ ସ୍ବାଧୀନ ହେବା ପରେ ସେ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ତାଙ୍କର ଦୃଢ ନେତୃତ୍ୱ ଓଡ଼ିଶା ପାଇଁ ଆଣିଥିଲା ନୂଆ ସମ୍ଭବନା । ରାଜନୀତି, ରାଷ୍ଟ୍ରନୀତି ଓ ଦୃଢ଼ ମନୋବଳର ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିଛନ୍ତି ସେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ବିଟ ଯୋଗେ ସ୍ବର୍ଗତ ମହତାବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ‘ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି । ଆଧୁନିକ ଓଡ଼ିଶାର ନିର୍ମାଣ ସହ ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ଏବଂ ସାମ୍ବାଦିକତା ଜଗତ ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ।’ ଅନ୍ୟପଟେ ମହତାବଙ୍କ ଜୟନ୍ତୀରେ କଟକରେ ପାଳନ ହୋଇଥିବା କାର୍ଯ୍ୟକ୍ରମରେ ସାଂସଦ ଭତ୍ତୃହରି ମହତାବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ସିଏମସି କମିଶନର, ବିଧାୟକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
