ରାମ ମନ୍ଦିର ପ୍ରତିଷ୍ଠା ବେଳେ ଅଗ୍ନୀକାଣ୍ଡ
ବାଙ୍କୀ : ବାଙ୍କୀ ପାଥପୁରଗ୍ରାମରେ ରାମ ମନ୍ଦିର ପ୍ରତିଷ୍ଠା ବେଳେ ଅଗ୍ନୀକାଣ୍ଡ ଘଟିଛି । ଅଗ୍ନୀକାଣ୍ଡରେ ବିଭିନ୍ନ ଜିନିଷ ଜଳିପୋଡ଼ି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଉପସ୍ଥିତ ଥିବା କୈାଣସି ଲୋକ ଆହତ ହୋଇନଥିବା ଜଣାଯାଇଛି । ଡମପଡ଼ା ଅଗ୍ନିଶ୍ରମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
