ଯୋବ୍ରା ବ୍ୟାରେଜରେ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
କଟକ : ଯୋବ୍ରା ବ୍ୟାରେଜରେ ଲାଗିଲା ଯୁବକଙ୍କ ମୃତଦେହ । ଅଗ୍ନିଶମ ବାହିନୀ ଆଜି(ଶନିବାର) ସକାଳ ସମୟରେ କଟକ ଯୋବ୍ରା ବ୍ୟାରେଜ ମହାନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ତେବେ ମୃତକଙ୍କ ପରିଚୟ ଜଣା ପଡିନଥିବା ବେଳେ ତଦନ୍ତ ଆରମ୍ଭ କରିଛି ଜଗତପୁର ଥାନା ପୋଲିସ।
ଯୁବକଙ୍କ ବୟସ ୩୦ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଏପଟେ ଏହା ଏକ ଦୁର୍ଘଟଣା, ହତ୍ୟା ନା ଆତ୍ମହତ୍ୟା, ସେ ନେଇ ତଦନ୍ତ କରୁଛି ପୋଲିସ ।
