ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ୨୦୨୧ : ସେମିରେ ସିନ୍ଧୁ
ବାଲି : ଚଳିତ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁଙ୍କ ବିଜୟ ଯାତ୍ରା ଜାରି । କ୍ବାର୍ଟର-ଫାଇନାଲରେ ଜବରଦସ୍ତ ବିଜୟ ସହ ଦୁଇ ଥରର ଅଲମ୍ପିକ ପଦକ ବିଜେତା ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।
କୋର୍ଟ ନମ୍ବର ୩ରେ ଖେଳାଯାଇଥିବା କ୍ବାର୍ଟର ମୁକାବିଲାରେ ତୁର୍କୀର ନେସଲିହାନ ୟିଗିତଙ୍କୁ ୨୧-୧୩, ୨୧-୧୦ ସିଧାସଳଖ ସେଟ୍ରେ ହରାଇଛନ୍ତି । ୩୫ ମିନିଟ ଧରି ଖେଳାଯାଇଥିବା ଏହି ମୁକାବିଲାରେ ସିନ୍ଧୁ ପ୍ରଭାବୀ ପ୍ରଦର୍ଶନ ସହ ଏକତରଫା ବିଜୟ ହାସଲ କରିଛନ୍ତି । ପୂର୍ବତନ ବିଶ୍ବଚମ୍ପିଆନ ସିନ୍ଧୁଙ୍କ ସାମ୍ନା ସେମିଫାଇନାଲରେ ଜାପାନର ଆକାନି ୟାମାଗୁଚୀ କିମ୍ବା ଥାଇଲାଣ୍ଡର ପର୍ନପୱି ଚୋଚୁୱଙ୍ଗଙ୍କ ସହ ହେବ । ବିଡବ୍ଲୁଏଫ ୱାର୍ଲଡ ଟୁରରେ ଏହା ସିନ୍ଧୁଙ୍କ ଲଗାତାର ଦ୍ବିତୀୟ ସେମିଫାଇନାଲ ପ୍ରବେଶ । ପୂର୍ବରୁ ଗତ ମାସରେ ଫ୍ରେଞ୍ଚ୍ ଓପନ ସେମିଫାଇନାଲ ମଧ୍ୟ ଖେଳିଥିଲେ ।
