ନିରାଡ଼ମ୍ବର ଭାବେ ପାଳିତ ହେଲା ଓଡ଼ିଶାର ସର୍ବପୁରାତନ ବୋଇତ ବନ୍ଦାଣ ଉତ୍ସବ
ବାଲେଶ୍ୱର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ସର୍ବପୁରାତନ ସୁନହଟ ବୋଇତ ବନ୍ଦାଣ ଉତ୍ସବ ସମିତି ତରଫରୁ ପଳିତ ହେଲା ୬୨ତମ ବୋଇତ ବନ୍ଦାଣ ଉତ୍ସବ । ସଙ୍ଗଠନର ସଭାପତି ଡ. ଶାନ୍ତନୁ ଦାସଙ୍କ ସଭାପତିତ୍ୱରେ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଉତ୍ସବକୁ ଉଦ୍ଘାଟନ କରି ସୁନହଟ ହେଉଛି ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ପ୍ରାଣକେନ୍ଦ୍ର । ସ୍ଥଗିତ ଥିବା ନୌବାଣିଜ୍ୟ ସ୍ମାରକୀ ତୋରଣକୁ ପୁଣି ଥରେ ସୁନହଟ ଛକ ଠାରେ କରାଯିବା ସହ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି କହିଥିଲେ । କାର୍ଯ୍ୟକାରୀ ସଭାପତି ଗୌତମ ଦାସ, ସମ୍ପାଦକ ସାହିରୁଲ ହକ୍ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପରେ ପରମ୍ପରା ଅନୁଯାୟୀ ବୋଇତ ବନ୍ଦାଣ କରିବା ପରେ ସୁଲ୍ପକୁ କନକମହଲ ଠାରେ ପୋଖରୀରେ ବିଧାୟକ ଓ ସମସ୍ତ କର୍ମକର୍ତ୍ତଙ୍କ ଉପସ୍ଥିତିରେ ଭସା ଯାଇଥିଲା । ବୀରେଶ୍ୱର ଦାସ, ସୁମନ ଦାସ, ବିକାଶ ପଣ୍ଡା, ଅଜୟ ବେହେରା, ସୁଶାନ୍ତ ଦାସ, ଇନ୍ଦ୍ରଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
