ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର, ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ
ଆଠଗଡ଼ : କାର୍ତ୍ତିକ ପୂର୍ଣ୍ଣିମାରେ ଯୋଗୀ ବେଶ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ରାଜ୍ୟ ସରକାରଙ୍କ କୋଭିଡ କଟକଣା ପାଇଁ ଏହି ଦେବ ଦୁର୍ଲ୍ଲଭ ବେଶକୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମାରେ ଧବଳେଶ୍ୱର ପୀଠକୁ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମରେ ମଧ୍ୟ ସଂପୂର୍ଣ୍ଣ ଭାବେ ପୀଠକୁ ୧୪୪ ଧାରା ଜାରି କରିବା ସହିତ ଭକ୍ତ , ଶ୍ରଦ୍ଧାଳୁ ଏବଂ ହବିଷ୍ୟାଳୀ ମାନଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।
କେବଳ ପୂଜକ ସମିତି ପକ୍ଷରୁ ସମସ୍ତ ପ୍ରକାରର ରୀତିନୀତି ସମ୍ପନ୍ନ କରାଯାଇଛି । ରାତ୍ର ୪ ଟାରୁ ପହଡ ଖୋଲାଯାଇ ୧୦୮ କଳସ ପବିତ୍ର ଜଳରେରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ସକାଳ ଧୂପ ଆଦି ସମସ୍ତ ରୀତିକାନ୍ତି ପୂଜକ ସମିତି ପକ୍ଷରୁ ସମ୍ପନ୍ନ କରାଯାଇଛି । ଚଳିତ ବର୍ଷ କରୋନା କଟକଣା ପାଇଁ ବାବା ଧବଳେଶ୍ବର ବିନା ଭକ୍ତରେ ଯୋଗୀ ବେଶରେ ଦର୍ଶନ ଦେଉଛନ୍ତି ।
