ଆଇପିଏସ୍ ସ୍ତରରେ ଅଦଳବଦଳ
ଭୁବନେଶ୍ୱର : ଆଇପିଏସ୍ ସ୍ତରରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ୧୯୮୮ ବ୍ୟାଚ୍ ଆଇପିଏସ୍ ତଥା ଓଏଚଆରସିର ଅତିରିକ୍ତ ଡିଜି ବିନୟାନନ୍ଦ ଝା ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ସ୍ଥାନରେ ୧୯୮୯ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଏଡିଜି ଓଏଚଆରସି ଦାୟିତ୍ୱ ଦିଆଯାଇଛି । ସେ ବର୍ତମାନ ରେଲେୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜି ଦାୟିତ୍ୱରେ ଅଛନ୍ତି । ସେହିପରି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ସ୍ଥାନରେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ ରେଲେୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜି ଭାବେ ନିଯୁକ୍ତି ପାଇଛନ୍ତି । ସୈଫିନ ଅହମ୍ମଦ କେ. ଫାୟାର ସର୍ଭିସ ଓ ହୋମ୍ ଗାର୍ଡ ଆଇଜି ଓ ଏଲ୍ ଦିବ୍ୟା ଭି. ହେଲେ ଢେଙ୍କାନାଳ ଏସ୍ପି ହୋଇଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏସମ୍ପର୍କରେ ବିଜ୍ଞପ୍ତି ଜାରୀ କରାଯାଇଛି ।
