ବିବାହ ବନ୍ଧନରେ ବାନ୍ଧି ହେଲେ କୁଣ୍ଡଳୀ ଭାଗ୍ୟର ପ୍ରୀତା ଓରଫ ଶ୍ରଦ୍ଧା
ମୁମ୍ବାଇ : ଟିଭି ସିରିଏଲ ‘କୁଣ୍ଡଳୀ ଭାଗ୍ୟରେ’ ପ୍ରୀତା ଭୂମିକାରେ ଅଭିନୟ କରୁଥିବା ଶ୍ରଦ୍ଧା ଆର୍ୟା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଇଣ୍ଡିଆନ ନାଭିରେ କାମ କରନ୍ତି ରାହୁଲ । ଏବେ ଶ୍ରଦ୍ଧା ଓ ରାହୁଲଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଧୂ ବେଶରେ ଖୁବ୍ ସୁନ୍ଦର ଦିଶୁଛନ୍ତି ଶ୍ରଦ୍ଧା । ବ୍ରାଇଡାଲ ଲୁକ୍ ରେ ଶ୍ରଦ୍ଧା ଲାଲ ରଙ୍ଗର ଲେହେଙ୍ଗା ଏବଂ ଜୁଏଲାରୀ ପିନ୍ଧିଛନ୍ତି । ବିବାହର ଅନେକ ଫଟୋ ଏବଂ ଭିଡିଓ ଶ୍ରଦ୍ଧା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏଥିରେ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ପ୍ରଥମେ ଶ୍ରଦ୍ଧାଙ୍କର ମେହେନ୍ଦି ଫଟୋ ଭାଇରାଲ ହୋଇଥିଲା । ବର୍ତ୍ତ,ମାନ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି । ବିବାହରେ ଶ୍ରଦ୍ଧା ଗୋଲଡେନ-ମେରୁନ କଲରର ଲେହେଙ୍ଗା ପିନ୍ଧିଥିବା ବେଳେ ରାହୁଲ ବି ହ୍ୱାଇଟ୍ କଲର ଶେରୱାନୀରେ କୌଣସି ରାଜକୁମାରଠାରୁ କମ୍ ଲାଗୁ ନ ଥିଲେ। ରାହୁଲଙ୍କୁ ବରଣ ମାଳା ପିନ୍ଧାଇବାକୁ ଯାଉଥିବା ବେଳେ ଶ୍ରଦ୍ଧାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶ୍ରଦ୍ଧା ରାହୁଲଙ୍କୁ ‘ଆଓ ମୁଝେ ଉଠାଓ’ ବୋଲି ଖୁଲମଖୁଲା କହୁଥିବା ଶୁଣିବାକୁ ମିଳୁଛି। ଏହା ଖୁବ୍ ଭାଇରାଲ ହେଉଥିବା ବେଳେ ଏହାପରେ ଶ୍ରଦ୍ଧାଙ୍କୁ ନେବାକୁ ରାହୁଲ ପହଞ୍ଚୁଥିବା ଦେଖିବାକୁ ମିଳୁଛି। ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା ବହୁ ହିନ୍ଦୀ ଓ ତେଲଗୁ ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି। ଶ୍ରଦ୍ଧା ନିଜ ରିଲେସନ୍କୁ ନେଇ ମୁହଁ ଖୋଲୁ ନ ଥିବା ବେଳେ କିଛି ଦିନ ପୂର୍ବେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ। ଯେଉଁଥିରେ ଲାଗୁଥିଲା କି ଶ୍ରଦ୍ଧା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଉଭୟଙ୍କ ବିବାହର ଫଟୋ ପୋଷ୍ଟ ସୋସିଆଲ ମିଡିଆରେ ଆସିବା ପରେ ସବୁ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
