ମମିତା ମେହେର ହତ୍ୟା ମାମଲା : ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ପରିବାର
କଟକ : ବହୁଚର୍ଚ୍ଚିତ କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ୍ ସ୍ଥିତ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ । ମମିତା ହତ୍ୟାକାଣ୍ଡ ଘଟଣାରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତଦନ୍ତ ଶେଷ କରିବାକୁ ଆବେଦନ କରାଯାଇଛି । କୋର୍ଟଙ୍କୁ ଅପିଲ କରି ବିଭିନ୍ନ ବିଭାଗର ମୁଖ୍ୟ ତଥା ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିବାକୁ ଅପିଲ କରିଛନ୍ତି ମମିତାଙ୍କ ପରିବାର । ଆବେଦନ ପତ୍ରରେ ଗୃହ ସଚିବ, ପୋଲିସ ଡିଜିପି ପକ୍ଷଭୁକ୍ତ କରିବାକୁ ଆବେଦନ କରିଛନ୍ତି । ଏହା ସହିତ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍ପିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ଆବେଦନ ପତ୍ର ମାଧ୍ୟମରେ ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ମମିତା ମେହେରଙ୍କ ପରିବାର । କେବଳ ସେତିକି ନୁହେଁ ସିନ୍ଧେଇକେଲା ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରିବାକୁ ମମିତାଙ୍କ ପରିବାର ଲୋକେ ଅପିଲ କରିଛନ୍ତି ।
ସୂଚନା ଯେ, ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତମାସ ୮ ତାରିଖରେ ନିଖୋଜ ହୋଇ ଯାଇଥିଲେ। ପ୍ରାୟ ୧୦ ଦିନ ପରେ ମମିତାଙ୍କ ମୃତଦେହ ମହାଲିଙ୍ଗ ଷ୍ଟାଡିୟମ୍ରୁ ମିଳିଥିଲା। ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ସନ୍ସାଇନ୍ ପବ୍ଲିକ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଓ ଡ୍ରାଇଭର ରାଧେଶ୍ୟାମ୍ ଚଣ୍ଡୀକୁ ଗିରଫ କରିଥିଲା। ମାତ୍ର ଏହି ଘଟଣାରେ ଅନ୍ୟମାନେ ମଧ୍ୟ ସଂପୃକ୍ତ ଦର୍ଶାଇ ବିଜେପି ଓ କଂଗ୍ରେସ ଧାରଣା, ପ୍ରଦର୍ଶନ ଓ ଆନ୍ଦୋଳନ କରୁଛି।
