ମମିତା ମେହେର ହତ୍ୟାକାଣ୍ଡ: ମୁଣ୍ଡନ ହୋଇ ଅଭିନବ ପ୍ରତିବାଦ ଜଣାଇଲେ କଂଗ୍ରେସ କର୍ମୀ
ନବରଙ୍ଗପୁର: ମମିତା ମେହେର ହତ୍ୟାକଣ୍ଡକୁ ନେଇ କଂଗ୍ରେସ ପକ୍ଷରୁ ଶୁକ୍ରବାର ଛଅ ଘଣ୍ଟିଆ ହରତାଳ କରାଯାଇଛି। ସକାଳ ୬ରୁ ଆରମ୍ଭ ହୋଇଥିବା ପ୍ରତିବାଦ ହରତାଳ ଅପରାହ୍ନ ୧୨ଟାରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ନବରଙ୍ଗପୁରରେ ଅଭିନବ ଢ଼ଙ୍ଗରେ ସାମୁହିକ ମୁଣ୍ଡନ ହୋଇ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି। ଶୁକ୍ରବାର ସକାଳୁ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ଦୋକାନ ବଜାର ବନ୍ଦ କରିବାକୁ ଅନୁରୋଧ କରିବା ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଅଭିନବ ଢ଼ଙ୍ଗରେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ନେତୃତ୍ୱରେ କର୍ମୀମନେ ସାମୁହିକ ଭାବେ ମୁଣ୍ଡନ ହୋଇ ମମିତାଙ୍କ ଆତ୍ମାର ସତଗତି କାମନା ସହ ତାଙ୍କ ନ୍ୟାୟ ଦାବି କରିଛନ୍ତି। ଏହି ସାମୁହିକ ମୁଣ୍ଡନ କାର୍ଯ୍ୟକ୍ରମରେ ପିସିସି ସମ୍ପାଦକ କ୍ଷେମରାଜ୍ ବାଘଙ୍କ ସମେତ ଅନେକ ପ୍ରମୁଖ ସହଯୋଗୀ ମୁଣ୍ଡନ ହୋଇଥିଲେ। ଏଭଳି ଅଭିଯାନ ଉପାୟରେ ପ୍ରତିବାଦକୁ ଜନ ସାଧାରଣ ଗ୍ରହଣ କରିଥିବା ବେଳେ ମାମିତା ପ୍ରସଙ୍ଗ ପୁଣି ଜୋର୍ ଧରିଛି।
ହାଇକୋର୍ଟଙ୍କ ରୋକ୍ ସତ୍ତ୍ୱେ ଓଡ଼ିଶା କଂଗ୍ରେସ ଦ୍ଵାରା ରାଜ୍ୟବ୍ୟାପୀ ଛଅ ଘଣ୍ଟିଆ ବନ୍ଦ ହରତାଳର ପ୍ରଭାବ ବହୁ ମାତ୍ରାରେ ଜେଖିବାକୁ ମିଳିଛି। ଆଜକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେବ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ମହଳୀଙ୍ଗ ସନ୍ ସାଇନ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ରହସ୍ୟବୃତ ହୋଇ ରହିଛି। ଏଥିରେ ଗୃହ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ଦାବି ହୋଇ ଆସୁଥିଲେ ହେଁ ସରକାର୍ ତାଙ୍କୁ ଘଣ୍ଟ ଘୋଡାଇବାକୁ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ସାବାସି ଦେଇ ନିଜ ପାଖରେ ଗୋଟିଏ ମଞ୍ଚରେ ବସାଇ ମନ୍ତ୍ରୀଙ୍କ ଭାଷଣକୁ ତାଳି ମାରିବା ସହ ପରୋକ୍ଷରେ ଅପରାଧୀ ଓ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ୍ କଂଗ୍ରେସ କମିଟି ତରଫରୁ କର୍ମୀମନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।
