ଟି-୨୦ ବିଶ୍ୱକପ୍ ସେମିଫାଇନାଲ : ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ, ୫ ଉଇକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ
ଦୁବାଇ : ଟି-୨୦ ବିଶ୍ୱକପର ୨ୟ ସେମି-ଫାଇନାଲ। ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ୫ ଉଇକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂ ରେ ଦମଦାର ପ୍ରଦର୍ଶନ କଲା ଅଷ୍ଟ୍ରେଲିଆ। ଷ୍ଟୋନିସ୍ ଏବଂ ଓ୍ବେଡଙ୍କ ବିସ୍ଫୋରକ ବ୍ୟାଟିଂ ପାକିସ୍ତାନ ପାଖରୁ ମ୍ୟାଚ୍ ଛଡ଼ାଇ ଆଣିଛି ଅଷ୍ଟ୍ରେଲିଆ। ଫାଇନାଲରେ ଅଷ୍ଟ୍ରେଲିଆ ନ୍ୟଜିଲାଣ୍ଡକୁ ଭେଟିବ। ସେପଟେ ଲଗାତାର ବିଜୟ ପରେ ସେମିରେ ନିରାଶ ହୋଇଛି ପାକିସ୍ତାନ।
ଅଷ୍ଟ୍ରେଲିଆ ଟସ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୪ ଓ୍ବିକେଟ ହରାଇ ୧୭୬ ରନ ସଂଗ୍ରହ କରିଛି ପାକିସ୍ତାନ । ଓପନର ମହମ୍ମଦ ରିଜଓ୍ବାନ ଏବଂ ଫକର୍ ଜମାନ୍ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦଳ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି । କଙ୍ଗାରୁ ଟିମକୁ ଫାଇାନଲକୁ ପ୍ରବେଶ କରିବାକୁ ହେଲେ ୧୭୭ ରନ କରିବାକୁ ହେବ । ପାକିସ୍ତାନ ପକ୍ଷରୁ ଓପନର ମହମ୍ମଦ ରିଜଓ୍ବାନ ଏବଂ ବାବର ଆଜମ ଆରମ୍ଭରୁ ହିଁ ବଡ ସଟ୍ ଖେଳି ସ୍କୋରକୁ ଆଗକୁ ବଢାଇଥିଲେ । ରିଜଓ୍ବାନ ୩ ଚୌକା ଏବଂ ୪ ଛକା ସହାୟତାରେ ୬୭ରନ କରି ଆଉଟ ହୋଇଥିବା ବେଳେ, ବାବର ଆଜମ ୩୯ରନ, ଆସିଫ୍ ଅଲ୍ଲୀ ୦ ରନ, ସୋଏବ ମାଲିକ ୧ ରନ କରି ଆଉଟ ହୋଇଛନ୍ତି । ଫକର ଜମାନ ୫୫ରନ ଏବଂ ସୋଏବ ମାଲିକ ୧ ରନ କରି ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୪ ଓଭରରେ ୩୮ ରନ ଦେଇ ୨ଟି ଓ୍ବିକେଟ ନେଇଥିବା ବେଳେ, ଜୋସ ହେଜେଲଉଡ୍ ୪ ଓଭରରେ ୪୯ରନ, ଗ୍ଲେନ୍ ମାକ୍ସଓ୍ବେଲ ୩ ଓଭରରେ ୨୦ରନ, ପ୍ୟାଟ୍ କମିନ୍ସ ୪ ଓଭରରେ ୩୦ରନ ଦେଇ ୧ ଓ୍ବିକେଟ, ଆଡାମ ଜାମ୍ପା ୪ ଓଭରରେ ୨୨ରନ ଦେଇ ୧ ଓ୍ବିକେଟ ଏବଂ ମିଚେଳ ମାର୍ସ ୧ ଓଭର ବୋଲିଂ କରି ୧୧ ରନ ଦେଇଛନ୍ତି ।
ପାକିସ୍ତାନ ଦ୍ବାରା ରଖାଯାଇଥିବା ୧୭୭ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୯ ତମ ଓଭରରେ ୫ ଓ୍ବିକେଟ ହରାଇ ହାସଲ କରିନେଇଛି । ଇନିଂସ ଆରମ୍ଭରୁ ଆରନ ଫିଞ୍ଚଙ୍କ ଓ୍ବିକେଟ ହରାଇ ଅଷ୍ଟ୍ରେଲିଆ ସଂକଟରେ ପଡ଼ିଥିଲେ ବି ଡେଭିଡ ଓ୍ବାର୍ନର ଓ ମିଚେଲ ମାର୍ସ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ । କିନ୍ତୁ ମାର୍ସ ଆଉଟ ହେବା ପରେ ଅଳ୍ପ ଅଳ୍ପ ରନ ବ୍ୟବଧାନରେ କଙ୍ଗାରୁ ଦଳ ଷ୍ଟିଭ ସ୍ମିଥ, ଗ୍ଲେନ ମାକ୍ସଓ୍ବେଲ ଓ ଓ୍ବାର୍ନରଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ମାର୍କସ ଷ୍ଟଇନିସ ଓ ମ୍ୟାଥ୍ୟୁ ଓ୍ବେଡ୍ ବିସ୍ଫୋରକ ବ୍ୟାଟିଂ କରି ପାକିସ୍ତାନ ହାତରୁ ବିଜୟକୁ ଛଡ଼ାଇ ଆଣିଥିଲେ । ବିଶେଷ କରି ଓ୍ବେଡ୍ ୧୭ ବଲରେ ୪ ଛକା ୨ ଚୌକା ସହ ୪୧ ରନ କରି ଦଳକୁ ବିଜୟ ଦେଇଥିଲେ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଦୁଇ ଓପନର ମହମ୍ମଦ ରିଜଓ୍ବାନ ଓ ବାବର ଆଜମ ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଏକ ବଡ଼ ସ୍କୋରର ମୂଳଦୂଆ ପକାଇଥିଲେ । ରିଜଓ୍ବାନ ବିସ୍ଫୋରକ ବ୍ୟାଟିଂ କରି ୬୭ ରନ କରିଥିଲେ । ବାବର ଆଜମ ୩୯ ରନ କରିଥିବାବେଳେ ଫକର ଜମାନ ବିସ୍ଫୋରକ ୫୪ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୨ଟି ଓ୍ବିକେଟ ନେଇଥିବାବେଳେ ପାଟ କମିନ୍ସ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
