ବାଲେଶ୍ୱର : ରାଜ୍ୟସ୍ତରୀୟ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ଉଦ୍ଘାଟିତ
ବାଲେଶ୍ୱର : ବାଲେଶ୍ୱର ଜିଲା ବ୍ୟାଡ୍ମିଣ୍ଟନ୍ ସଂଘ ତରଫରୁ ପ୍ରଥମଥର ଲାଗି ରାଜ୍ୟସ୍ତରୀୟ (୧୯ବର୍ଷରୁ କମ୍) ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତା ସ୍ଥାନୀୟ ଅଫିସର୍ସ ଇନ୍ଡୋର ହଲ୍ ଠାରେ ଗୁରୁବାର ଉଦ୍ଘାଟିତ ହୋଇଛି । ଏହି ପ୍ରତିଯୋଗୀତାରେ ଓଡ଼ିଶାର ବିଭିନ୍ନ ଜିଲାରୁ ୧୧୦ ପ୍ରତିଯୋଗୀ ୧୯ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ, ବାଳକ ଡବଲ୍ସ, ବାଳିକା ସିଙ୍ଗଲ୍ସ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଛନ୍ତି ।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମୁଖ୍ୟବକ୍ତା ଭାବେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରାଜ୍ୟ ବ୍ୟାଡ୍ମିଣ୍ଟନ ସଂଘର ସଭାପତି ନିଲୀନ କୁମାର, ଚିଫ୍ କୋ-ଅର୍ଡ଼ିନେଟର ଅଜିତ୍ ମହାନ୍ତି, ଜିଲା ବ୍ୟାଡ୍ମିଣ୍ଟନ ସଂଘର ସଭାପତି ମନୋରଞ୍ଜନ ପଣ୍ଡା, ଜିଲା ଡେଭେଲପ୍ କମିଟି ମୁଖ୍ୟ ଚିନ୍ମୟ ବିଶ୍ୱାଳ, ରାଜ୍ୟ ଡେଭେଲପ୍ କମିଟିର ଜୋନାଲ ହେଡ୍ (ଜୋନ୍-୨) ଜୟପ୍ରକାଶ ସିଂ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଦିନରେ ବାଲେଶ୍ୱରରେ ୪ଟି ଇନ୍ଡୋର ଷ୍ଟାଡ଼ିୟମ୍ ଖୁବ୍ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଥିବାର ଘୋଷଣା କରିଥିଲେ । ପ୍ରତିଯୋଗୀତା ସଫଲ ରୂପେ ଆୟୋଜନ କରାଯାଇଥିବାରୁ ଜିଲା ବ୍ୟାଡ୍ମିଣ୍ଟନ ସଂଘକୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି ପ୍ରତିଯୋଗୀତା ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
