୭୭ତମ ବାଲେଶ୍ୱର ଜିଲା ଦୌଡ଼କୁଦ ପ୍ରତିଯୋଗିତା
ବାଲେଶ୍ୱର : ବାଲେଶ୍ୱର ଜିଲା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆସନ୍ତା ଡିସେମ୍ବର ୨୨ ଏବଂ ୨୩ ତାରିଖ ୨ ଦିନ ଧରି ସ୍ଥାନୀୟ ପରମିଟ୍ ପଡିଆରେ ୭୭ତମ ଜିଲାସ୍ତରୀୟ ଦୌଡ଼କୁଦ ପ୍ରତୀଯୋଗିତା (୧୨ ବର୍ଷ, ୧୪ ବର୍ଷ, ୧୬ ବର୍ଷ, ୧୮ ବର୍ଷ, ୨୦ ବର୍ଷ ବର୍ଗର ବାଳିକା ଓ ବାଳକ ଏବଂ ମହିଳା ଓ ପୁରୁଷ) ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସାଧାରଣ ସମ୍ପାଦକ ଅଭୟ ମହାପାତ୍ର ଜଣାଇଛନ୍ତି । ଆଗ୍ରହୀ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଅନୁଷ୍ଠାନର କ୍ରୀଡ଼ାବିତ୍ମାନେ ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ସେମାନଙ୍କର ନାମ ଅନୁଷ୍ଠାନ ଜରିଆରେ ପଞ୍ଜିକରଣ କରାଇବେ । କ୍ରୀଡ଼ା ସମ୍ପର୍କରେ ସମସ୍ତବିଷୟ ପାଇଁ ଉପସଭାପତି ବୀରେଦ୍ର କୁମାର ସ୍ୱାଇଁ (୮୧୪୪୬୮୯୪୮୫) ଓ ୟୁଗ୍ମ ସମ୍ପାଦକ (ଏଥଲେଟିକ୍ସ) ସଞ୍ଜୟ କୁମାର ଲେଙ୍କା (୬୩୭୧୬୫୨୯୩୩)ଙ୍କ ସହିତ ଯୋଗାଯୋଗ କରିବାକୁ ସାଧାରଣ ସମ୍ପାଦକ ଜଣାଇଛନ୍ତି ।
