ନିଖୋଜ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର
ଭୁବନେଶ୍ୱର : ବାଲିପାଟଣା ଥାନା ମୁଣ୍ଡହଣାପାଟଣା ଗ୍ରାମର ଶିଶୁକନ୍ୟା ନିଖୋଜ ଘଟଣା । ଶନିବାର ମାର୍ଥାପୁର ମଲ୍ଲିକ ସାହି ଠାରେ ନିମାପଡ଼ା ବ୍ରାଞ୍ଚ କେନାଲରେ ମୃତଦେହ ଉଦ୍ଧାର ହୋଇଛି । ଗ୍ରାମର କିଛି ଲୋକ ସକାଳେ କେନାଲରେ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ମୃତଦେହଟି ନିଖୋଜ ରଶ୍ମିତାଙ୍କର ବୋଲି ପରିବାର ଲୋକ ଚିହ୍ନଟ କରିଛନ୍ତି ।
ସୂଚନା ଯେ, ଦୀପାବଳି ସନ୍ଧ୍ୟାରୁ ଗ୍ରାମର ଅଜୟ ମୁଦୁଲିଙ୍କ କନ୍ୟା ରଶ୍ମିତା ନିଖୋଜ ଥିଲେ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ପାୱାର ବୋଟ ସାହାଯ୍ୟରେ କେନାଲରେ ଖୋଜା ଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇ ନଥିଲେ । ତେବେ ଦୀର୍ଘ ୩୬ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଛି ।
