ଟି-୨୦ ବିଶ୍ୱକପ୍ : ଆଜି ଭାରତ-ସ୍କଟଲାଣ୍ଡ ମ୍ୟାଚ୍, ‘କର ବା ମର’ ସ୍ଥିତିରେ ବିରାଟ ବାହିନୀ
ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ପୁରୁଷ ଟି-୨୦ ବିଶ୍ୱକପରେ ଶୁକ୍ରବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍ରେ ଏକ ମ୍ୟାଚରେ ଭାରତ ଓ ସ୍କଟଲାଣ୍ଡ ମୁହାଁମୁହିଁ ହେବେ। ଏହି ମ୍ୟାଚକୁ ଯେକୌଣସି ପ୍ରକାରରେ ହାତେଇବା ପାଇଁ ବିରାଟ ବାହିନୀ ସମସ୍ତ ରଣକୌଶଳ ବ୍ୟବହାର କରିବି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ହାରିବା ପରେ ଦଳର ସେମିଫାଇନାଲ ଆଶା ଧୂଳିସାତ ହୋଇଛି । କେବଳ ଶେଷ ଭରସା ରହିଛି ଦୁର୍ବଳ ଦଳକୁ ବଡ ବ୍ୟବଧାନରେ ପରାସ୍ତ କରିବା । ଆଫଗାନିସ୍ତାନକୁ ବଡ ବ୍ୟବଧାନରେ ହରାଇଛି ଭାରତ । ତେବେ ଶୁକ୍ରବାର ଦଳ ସ୍କଟଲ୍ୟାଣ୍ଡକୁ ଭେଟିବ । ବଡ ବ୍ୟବଧାନରେ ପରାସ୍ତ କରି ରନ୍ ରେଟରେ ସୁଧାର ଆଣିବାକୁ ଚେଷ୍ଟା କରିବ ।
ଚଳିତ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ଠାରୁ ଯଥାକ୍ରମେ ୧୦ ଓ ୮ ୱିକେଟରେ ପରାସ୍ତ ହୋଇଥିଲା। କିନ୍ତୁ ଟିମ ଇଣ୍ଡିଆ ଆଫଗାନିସ୍ତାନକୁ ୬୬ ରନ୍ରେ ପରାସ୍ତ କରିଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ଟିମ୍ ଫର୍ମରେ ଥିବାରୁ ସ୍କଟଲାଣ୍ଡକୁ ବଡ଼ ବ୍ୟବଧାନରେ ପରାସ୍ତ କରିପାରେ ବୋଲି ଆଶା କରାଯାଉଛି। ସ୍କଟଲାଣ୍ଡ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଆଫଗାନିସ୍ତାନ, ନାମିବ୍ୟା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଛି ଏବଂ ପ୍ରତ୍ୟେକ ମ୍ୟାଚରେ ହାରିଛି। ସେହିପରି ଆଫଗାନିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ରୋହିତ ଶର୍ମା, କେଏଳ ରାହୁଲ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ କରିଥିଲେ ଜବରଦସ୍ତ ବ୍ୟାଟିଂ । ୨୦୦ ଉପରେ ହୋଇଥିଲା ସ୍କୋର । ମ୍ୟାଚ୍ ମଧ୍ୟ ଜିତିଥିଲା ଭାରତ । ଜିତିବା ପରେ ଦଳର ଆତ୍ମବିଶ୍ୱାସ ପୁଣି ଫେରିଛି । ଏହି ଧାରାକୁ ସ୍କଟଲ୍ୟାଣ୍ଡ ବିପକ୍ଷରେ ବଜାୟ ରହିବାକୁ ବିରାଟ ବାହିନୀ ଚାହିଁବ । ଦଳକୁ ଆଜିର ମ୍ୟାଚ୍ ବଡ ବ୍ୟବହାନରେ ଜିତିବାକୁ ହେବ । ଅନଭିଜ୍ଞ ଦଳ ସ୍କଟଲ୍ୟାଣ୍ଡ ଯୋଗ୍ୟତା ପର୍ଯ୍ୟାୟରେ ବଡ ବିପର୍ଯ୍ୟୟ ଘଟାଇ ସାରିଛି । ଦଳ ବାଂଲାଦେଶକୁ ପରାସ୍ତ କରିଛି । ତେଣୁ ସ୍କଟଲ୍ୟାଣ୍ଡ ଖେଳାଳିଙ୍କୁ ଦୁର୍ବଳ ଭାବିବା ଭୁଲ କରିବନି ଭାରତ । ଭାରତୀୟ ଦଳରେ ସେତେଟା ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ଆଫଗାନିସ୍ତାନ ବିପକ୍ଷ ଟିମକୁ ମ୍ୟାଚକୁ ବିରାଟ କୋହଲି ଓହ୍ୱାଇପାରନ୍ତି । ଦଳ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା । ଅଦଳବଦଳ କରି ରିସ୍କ ନେବାକୁ ବିରାଟ ଚାହୁଁନାହାଁନ୍ତି।
