ବ୍ରିଜରୁ ଖସି ବାଇକ ଆରୋହୀ ମୃତ
ରାୟଗଡା : ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ବାରିଗୁଡା ମଶାଣି ନାଳ ବ୍ରିଜରୁ ଖସି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବ୍ୟକ୍ତିଜଣଙ୍କ ବୁଧବାର ବିଳମ୍ବିତ ରାତିରେ ସରାବାଲିରୁ ବାରିଗୁଡା ଆସୁଥିଲେ । ତେବେ କୌଣସି କାରଣରୁ ତାଙ୍କ ବାଇକ ବାରିଗୁଡା ମଶାଣି ନାଳକୁ ଖସି ପଡିଥିଲା । ଏଥିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ସୀମାଞ୍ଚଳ ଟାକ୍ରି । ସକାଳୁ ଲୋକେ ବାଇକ ସହ ବ୍ୟକ୍ତି ଜଣଙ୍କ ପାଣିରେ ପଡିଥିବା ଦେଖି ପ୍ରଥମେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
