ହଜ୍ ଯାତ୍ରା ପାଇଁ ଆବେଦନ ଆରମ୍ଭ : ଯାତ୍ରା ଆରମ୍ଭର ଏତିକି ଦିନ ପୂର୍ବରୁ ଦୁଇଟି ଡୋଜ୍ ଟିକା ନେଇଥିବା ଆବଶ୍ୟକ
ନୂଆଦିଲ୍ଲୀ : ଆସନ୍ତାବର୍ଷ ହେବାକୁ ଥିବା ହଜ୍ ଯାତ୍ରାରେ ଯିବାକୁ ଚାହୁଁଥିବା ମୁସଲିମ୍ ଭାଇଭଉଣୀମାନେ ୨୦୨୨ ଜାନୁୟାରୀ ୩୧ ତାରିଖ ମଧ୍ୟରେ ଅନ୍ଲାଇନରେ ଆବେଦନ କରିପାରିବେ। ସେଥିପାଇଁ ଆବେଦନ ଆରମ୍ଭ ହୋଇଛି।
ସୂଚନା ଯେ, ୨୦୨୨ ହଜ୍ ଯାତ୍ରା ପାଇଁ ୬୫ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିବିଶେଷ ଆବେଦନ କରିପାରିବେ ଏବଂ ସେମାନେ ଯାତ୍ରା ଆରମ୍ଭ କରିବାର ଏକ ମାସ ପୂର୍ବରୁ କୋଭିଡ୍ର ଦୁଇଟି ଡୋଜ୍ ଟିକା ନେଇଥିବା ଆବଶ୍ୟକ। ଅନ୍ଲାଇନ୍ ମାଧ୍ୟମରେ ଆବେଦନ ସହ ଅଫ୍ଲାଇନ୍ ମାଧ୍ୟମରେ ହାଜି ସୁବିଧା କେନ୍ଦ୍ରଗୁଡ଼ିକରେ ଆବେଦନ ପତ୍ର ଜମା କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଏହି ଯାତ୍ରା ୩୬ ଦିନରୁ ୪୨ ଦିନ ମଧ୍ୟରେ ଶେଷ ହୋଇଥାଏ।
