ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ୩ ଗୁରୁତର
ବ୍ରହ୍ମପୁର : ଆର୍ ସି ଚର୍ଚ୍ଚ ରୋଡ଼ ନିକଟରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ । ଗ୍ୟାସ ସିଲିଣ୍ଡର ସରିଯିବା ପରେ ତାହାକୁ ପୁନଃର୍ବାର ଭର୍ତ୍ତି କରିବା ପାଇଁ ଉପରେ ଆଉ ଏକ ଭର୍ତ୍ତି ସିଲିଣ୍ଡର ଲଗାଇବା ସମୟରେ ଗ୍ୟାସ ଲିକ ହୋଇ ଫାଟିଥିବା ସୂଚନା ମଳିଛି । ଭାସ୍କର କୁମାର ପାତ୍ରଙ୍କ ଘରେ ଏପରି ଅଘଟଣ ଘଟିଛି । ଗ୍ୟାସ ସିଲିଣ୍ଡର ଫାଟି ଘରର ବୋହୂ, ନଣନ୍ଦ ଓ ଗ୍ୟାସ୍ ମେକାନିକଲ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ବେଳେ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଗ୍ୟାସ ବିସ୍ଫୋରଣରେ ଘରର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇଁ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଥିବା ଘର ମାଲିକ ହେଉଛନ୍ତି ଭାସ୍କର ପାତ୍ର । ଘରେ ଗ୍ୟାସ ସରିବା ପରେ ନୂଆଁ ଗ୍ୟାସ ହାଣ୍ଡି ସଂଯୋଗ କରାଯାଉଥିବା ବେଳେ ଲିକ ହୋଇ ସେଥିରୁ ନିଆଁ ନିର୍ଗତ ହୋଇଥିଲା । ଏହି ସମୟରେ ଉକ୍ତ ଘର ତଳେ ଭଡ଼ାରେ ଗ୍ୟାସ ମରାମତି କରୁଥିବା ସୁନିଲଙ୍କୁ ଘରର ଲୋକେ ଡାକିଥିଲେ । ସେ ସେଠାରେ ପହଞ୍ଚିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫୁଟିଥିଲା । ଏଥିରେ ସୁନିଲଙ୍କ ଶରୀରରୁ ପ୍ରବଳ ରକ୍ତ ବାହାରିବା ସହ ସେ ଏବେ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି । ତାଙ୍କ ଶରୀରର ୭୦ ଭାଗ ପୋଡି ଯାଇଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି ।
