ଆଜି ପୁଣି ବଢିଲା ପେଟ୍ରୋଲ-ଡିଜେଲ୍ ଦର
- ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି
ନୂଆଦିଲ୍ଲୀ : ପେଟ୍ରୋଲ-ଡିଜେଲ ଦରରେ ଲାଗୁନି ବ୍ରେକ । ଆକାଶଛୁଆଁ ହେବାରେ ଲାଗିଛି ପେଟ୍ରୋଲ-ଡିଜେଲ୍ ଦାମ୍ । ଲଗାତର ତେଲ ଦର ବଢିବା ଫଳରେ ସାଧାରଣ ନାଗରିକ ଚିନ୍ତାରେ ପଡିଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ପୁଣି ତେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି।
ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ୧୦୫ଟଙ୍କା ୮୫ ପଇସାରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୮ ଟଙ୍କା ୨୯ ପଇସା ରହିଛି, ଡିଜେଲ୍ ଦର ୯୭ ଟଙ୍କା ୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୪ ପଇସା ଥିବା ବେଲେ ଡିଜେଲ୍ ଦର ୧୦୫ ଟଙ୍କା ୧୨ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୭୮ ପଇସା ଓ ଡିଜେଲ୍ ଦର ୧୦୦ ଟଙ୍କା ୧୪ ପଇସା ଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୫ ଟଙ୍କା ୧୩ ପଇସା ଓ ଡିଜେଲ୍ ଦର ୧୦୧ ଟଙ୍କା ୨୫ ପଇସା ରହିଛି।
