କଂଗ୍ରେସରେ ଯୋଗ ଦେଲେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ
ମୁମ୍ବାଇ : ରାଜନୀତିରେ ପାଦ ଥାପିଲେ ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ । କାମ୍ୟା କଂଗ୍ରେସରେ ସାମିଲ ହୋଇଛନ୍ତି। ମୁମ୍ବାଇ କଂଗ୍ରେସ ଅଧ୍ୟକ୍ଷ ଭାଇ ଜଗତାପ, ସହକାରୀ ଅଧ୍ୟକ୍ଷ ଚରଣ ସିଂହ ସାପରା ଓ ଯୁବନେତା ସୁରଜ ସିଂହ ଠାକୁର କାମ୍ୟାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। କାମ୍ୟା ବହୁ ଆଗରୁ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କାମ୍ୟା କହିଥିଲେ ଯେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ଠିକ ସମୟକୁ ଅପେକ୍ଷା କରିଛନ୍ତି।
ସେ କହିଥିଲେ, ‘ମୁଁ ଯେଉଁ ପ୍ରସଙ୍ଗରେ ଚିନ୍ତା କରୁଛି ସେଥିରେ କାମ କରିବାକୁ ମୁଁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛି। ଏହା ବ୍ୟତୀତ ମୁଁ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେବାକୁ ଚାହୁଁଛି । ମୁଁ ମଧ୍ୟ ସେହି ମହିଳାମାନଙ୍କ ପାଇଁ କାମ କରିବାକୁ ଚାହୁଁଛି ଯେଉଁମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି । ମୁଁ କ୍ଷମତା ପାଇଁ ଲୋଭୀ ନୁହେଁ। ମୁଁ କେବଳ କାମ କରିବାକୁ ଚାହୁଁଛି’ । ସେହିପରି ଦେଶସେବା କରିବାକୁ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି। ସେ କହିଥିଲେ ଯେ ସେ ଯେଉଁସବୁ ପ୍ରସଙ୍ଗ ବିଷୟରେ ବିଚାର କରନ୍ତି ସେସବୁ ଉପରେ କାମ କରିବାକୁ ରାଜନୀତିକୁ ଆସିବାକୁ ଚାହୁଁଛନ୍ତି। ତାଛଡା ସେ ମହିଳା ସଶକ୍ତିକରଣ ଉପରେ ଫୋକସ କରିବାକୁ ଚାହୁଁଛନ୍ତି ବୋଲି ମଧ୍ୟ କହିଥିଲେ। ଘରୋଇ ହିଂସାର ଶିକାର ହେଉଥିବା ମହିଳାଙ୍କ ପାଇଁ ମଧ୍ୟ ସେ କାମ କରିବାକୁ ଚାହୁଁଛନ୍ତି ବୋଲି କହିଥିଲେ। ପୂର୍ବରୁ ସେ ମଧ୍ୟ ଘରୋଇ ହିଂସା ସହ୍ୟ କରିଛନ୍ତି ବୋଲି କହିଥିଲେ। ସେଥିରୁ ହିଁ ରାଜନୀତି ବିଚାର ଆସିଥାଇପାରେ। ତାଙ୍କୁ ପାୱାର ପ୍ରତି ଲୋଭ ନାହିଁ। ସେ କେବଳ ଦେଶ ପାଇଁ କାମ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ସୂଚନା ଯେ, କାମ୍ୟା ଦୀର୍ଘ ଦିନ ଧରି ଟିଭି ଇଣ୍ଡଷ୍ଟ୍ରି ସହିତ ଜଡିତ ଅଛନ୍ତି । ତାଙ୍କୁ ଶେଷ ଥର ପାଇଁ ଟିଭି ଶୋ ‘ଶକ୍ତି: ଅସ୍ଥିତ୍ୱ କେ ଏହସାସ୍ କି’ରେ ଦେଖିବାକୁ ମିଳିଥିଲା। ଏହି ଟିଭି ସୋ କିଛି ଦିନ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଅଭିନୟ ବ୍ୟତୀତ କାମ୍ୟା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବହୁତ ସକ୍ରିୟ ରହିଥାନ୍ତି ଏବଂ ପ୍ରଶଂସକଙ୍କ ସହ ଫଟୋ ଓ ଭିଡିଓ ସେୟାର କରିଥାନ୍ତି ।
