ଚୀନର ନୂତନ ସୀମା ନିୟମକୁ ନେଇ ଭାରତର ଉଦ୍ବେଗ, ଯଥା ସ୍ଥିତି ନ ବଦଳେଇବାକୁ ଚେତାବନୀ
ନୂଆଦିଲ୍ଲୀ : ଚୀନ ଦ୍ୱାରା ପାରିତ ହୋଇଥିବା ସୀମା ଆଇନ ଦୁଇ ଦେଶ ମଧ୍ୟରେ ସୀମା ପରିଚାଳନା ଏବଂ ସୀମା ପ୍ରସଙ୍ଗ ସହ ଜଡ଼ିତ ଦ୍ୱିପାକ୍ଷିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ ବୋଲି ଭାରତ ଉଦବେଗ ପ୍ରକାଶ କରିଛି । ଭାରତ ଆଶା ବ୍ୟକ୍ତ କରିଛି ଯେ, ଆଇନ ଅନୁଯାୟୀ ଦୁଇ ଦେଶର ସୀମା ସ୍ଥିତିକୁ ବଦଳାଇବା ପାଇଁ ଚୀନ୍ ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ । ଭାରତ ବିଶ୍ୱାସ କରେ ଯେ, ୧୯୬୭ ମସିହାରେ ଚୀନ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ବୁଝାମଣାକୁ କୌଣସି ବୈଧତା ମିଳିନାହିଁ, ଯାହାଫଳରେ ପାକିସ୍ଥାନ ଅଧିକୃତ କରିଥିବା ଜମ୍ମୁ-କାଶ୍ମୀର କିଛି ଅଂଶ ଚୀନକୁ ହସ୍ତାନ୍ତର କରିଛି ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଗଣମାଧ୍ୟମ ପଚାରିଥିବା ଉତରର ପ୍ରତିକ୍ରିୟାରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତିଯେ, ଚୀନ ୨୩ ଅକ୍ଟୋବରରେ ଏକ ନୂତନ ଭୂମି ସୀମା ଆଇନ ପାସ୍ କରିଛି । ଅନ୍ୟାନ୍ୟ ବିଷୟ ମଧ୍ୟରେ ଏହା ଉଲ୍ଲେଖ ଅଛି ଯେ, ଚୀନ ସୀମା କ୍ଷେତ୍ର ମାମଲାରେ ବିଦେଶୀ ଦେଶ ସହ ମିଳିତ ଭାବରେ ପାଳନ କରିବ । ସୀମାନ୍ତବର୍ତୀ ଅଂଚଳରେ ଜିଲ୍ଲା ଗୁଡ଼ିକର ପୁନର୍ଗଠନ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ ଏବଂ ଚୀନ ମଧ୍ୟରେ ସୀମା ସମସ୍ୟାର ସମାଧାନ ହୋଇପାରିନାହିଁ । ଦୁଇ ପକ୍ଷ ସମାନ ସ୍ତର ରେ ପରାମର୍ଶ ମାଧ୍ୟମରେ ଯଥାର୍ଥ, ଉଚିତ ଏବଂ ପାରସ୍ପରିକ ଭାବରେ ସମାଧାନ ଖୋଜିବା ପାଇଁ ସହମତ ହୋଇଛନ୍ତି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଶାନ୍ତି ବଜାୟ ରଖିବା ସହିତ କିଛି ଦ୍ୱିପାକ୍ଷିକ ଚୁକ୍ତିନାମା, ପ୍ରୋଟୋକଲ ଏବଂ ବ୍ୟବସ୍ଥା ମଧ୍ୟ ଅଛି । ବାଗଚି କହିଛନ୍ତି ଯେ, ଏଭଳି ପରିସ୍ଥିତିରେ ଚୀନର ଏକପାଖିଆ ନିଷ୍ପତି ଯାହା ସୀମା ପରିଚାଳନା ତଥା ସୀମା ପ୍ରସଙ୍ଗରେ ଆମର ଦ୍ୱିପାକ୍ଷିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଇପାରେ । ଭାରତ ବିଶ୍ୱାସ କରେ ଯେ, ଚୀନର ଏଭଳି ଏକପାଖିଆ ସୀମା ପ୍ରସଙ୍ଗ ଏବଂ ସେଠାରେ ଶାନ୍ତି ଓ ସ୍ୱାଭାବିକତା ବଜାୟ ରଖିବା ସହିତ ଦ୍ୱିପାକ୍ଷିକ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଭାରତ ଆଶା କରୁଛି ଯେ, ଏହି ଆଇନର ବାହାନା କରି ଭାରତ ଚୀନ ସୀମାବର୍ତୀ ଅଂଚଳର ସ୍ଥିତିକୁ ଏକପାଖିଆ ପରିବର୍ତନ କରିବାକୁ ପଦକ୍ଷେପ ନେବ ନାହିଁ ।
