୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଧଳା ଜହର (ବ୍ରାଉନସୁଗାର) ବେପାର । ଏହି ପରିପ୍ରେକ୍ଷୀରେ ଭଦ୍ରକରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ । ଏହି ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ପୋଲିସ୍ ।
ସୁଚନା ଯେ, ବ୍ରାଉନସୁଗାର ଚାଲାଣ ବିଷୟରେ ଆଗରୁ ଖବର ପାଇଥିଲା ଭଦ୍ରକ ପୋଲିସ୍ । ପରେ ଭଦ୍ରକ ରାନ୍ଦିଆ ପାୱାର ପ୍ଲାଣ୍ଟ ଛକ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଚେକିଂ କରିବା ସମୟରେ ଦୁଇ ଜଣ ଏକ ବାଇକରେ ଆସୁଥିବା ସମୟରେ ପୋଲିସ ସେମାନଙ୍କୁ ଧରିପକାଇଥିଲା । ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁରର ଶ୍ରୀକାନ୍ତ ପ୍ରଧାନ ଓ ଅରୁଣ ସେଠୀ । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯିବ ଏନେଇ ଭଦ୍ରକ ଏସପି ଚରଣ ସିଂ ମିନା ସୂଚନା ଦେଇଛନ୍ତି। ଧରା ପଡ଼ିଥିବା ଦୁଇ ଅଭିଯୁକ୍ତଙ୍କ ନାଁରେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ ଥିବା ଜଣାପଡ଼ିଛି ।
