୩୦ତମ ବିବାହ ବାର୍ଷିକୀ ପାଳିଲେନି ଶାହାରୁଖ-ଗୌରୀ
ମୁମ୍ବାଇ : ବଲିଉଡର ବାଦ୍ଶାହ ତଥା କିଙ୍ଗ ଖାନ୍ ଶାହରୁଖ ଖାନ୍ ସବୁବେଳେ ତାଙ୍କ ଫ୍ୟାନ୍ସ ଆଗରେ ଚର୍ଚ୍ଚାରେ ରହିଥାନ୍ତି। ହେଲେ ଗତ କିଛି ଦିନ ଧରି ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଡ୍ରଗ୍ସ କେସ୍ରେ ପୁଅ ଆର୍ଯ୍ୟନ୍ ଖାନ୍ ଗିରଫ ହେବା ପରେ ତାଙ୍କ ଜୀବନରେ ଝଡ ସୃଷ୍ଟି ହୋଇଯାଇଛି। ସେ ଏବଂ ତାଙ୍କ ପରିବାର ପୂରା ଅଶାନ୍ତ ଅଛନ୍ତି। ପୁଅ କେବେ ଜେଲ୍ରୁ ମୁକୁଳିବ ତାକୁ ଅନାଇ ବସିଛନ୍ତି ବାପା ଓ ମାଆ। ଘରେ ପୁଅ ନଥିବା ଯୋଗୁଁ ତାଙ୍କୁ ସବୁ ଉତ୍ସବ ଫିକା ଲାଗୁଛି। ଏପରିକି ସେ ତାଙ୍କ ଅପ୍କମିଂ ଫିଲ୍ମ ‘ପଠାନ’ର ଶୁଟିଂରେ ମଧ୍ୟ ବ୍ରେକ୍ ଲଗାଇ ଦେଇଛନ୍ତି।
ତେବେ ଏହାରି ଭିତରେ ଶାହରୁଖ ଏବଂ ଗୌରୀଙ୍କ ବିବାହ ବାର୍ଷିକୀ ମଧ୍ୟ ଫିକା ଫିକା ହୋଇଯାଇଛି। ଗତକାଲି ଶାହରୁଖ ଏବଂ ଗୌରୀଙ୍କ ୩୦ତମ ବିବାହ ବାର୍ଷିକୀ ଥିଲା। ତେବେ ଉଭୟ ନିଜ ବିବାହ ବାର୍ଷିକୀ ପାଳନ କରିନାହାନ୍ତି। ଚଳିତ ବର୍ଷ ଦୁହେଁ ଏହାକୁ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇ ୩୦ ବର୍ଷର ପରମ୍ପରା ଭାଙ୍ଗି ଦେଇଛନ୍ତି। ଶାହରୁଖଙ୍କ ପରିବାର ବନ୍ଧୁଙ୍କଠାରୁ ଶୁଣିବାକୁ ମିଳୁଛି ଯେ ପ୍ରତିବର୍ଷ ବାର୍ଷିକୀ ଅବସରରେ ଏହି ଷ୍ଟାର ଦମ୍ପତି ମଧ୍ୟ କିଛି ପାରମ୍ପାରିକ ରୀତିନୀତି ପାଳନ କରନ୍ତି। କିନ୍ତୁ ଏଥର ଶାହରୁଖ ଏହି ରୀତିନୀତି ପାଳନ କରିନାହାନ୍ତି। ଖବର ଅନୁଯାୟୀ ଶାହରୁଖ ଖାନ୍ ପ୍ରତିବର୍ଷ ଗୌରୀଙ୍କୁ ବିବାହ ବାର୍ଷିକୀ ଅବସରରେ କିଛି ନା କିଛି ଉପହାର ବା ଗିଫ୍ଟ ଦିଅନ୍ତି। କିନ୍ତୁ ଚଳିତ ବର୍ଷ ସେ କୌଣସି ଗିଫ୍ଟ ଗୌରୀଙ୍କୁ ଦେଇ ନାହାନ୍ତି। ନିକଟରେ ଗୌରୀ ଖାନ ବିବାହ ବାର୍ଷିକୀ ଅବସରରେ ପୁଅ ଆର୍ଯ୍ୟନଙ୍କୁ ଭେଟିବା ପାଇଁ ଆର୍ଥର ରୋଡ ଜେଲରେ ପହଞ୍ଚିଥିଲେ।
